ରାଉରକେଲା: ଆଜି ସକାଳ ପ୍ରାୟ ୮ଟାରେ ବିଶ୍ରା ଆଇଟିଆଇ ବସ୍ତିରେ ଗୁଳିକାଣ୍ଡ ହୋଇଛିl ଦୁଇ ଅଜ୍ଞାତ ଯୁବକଙ୍କ ଗୁଳିମାଡ଼ରେ ପିକଅପ ଡ୍ରାଇଭର ମହମ୍ମଦ ରାଜା ଗୁରୁତର ହୋଇଛନ୍ତିl ରାଜାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିl ତାଙ୍କ ଛାତିରେ ଗୁଳି ବାଜିଛିl ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛିl ଗୁଳି ଚଳାଇଥିବା ଦୁଇ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ବିଶ୍ରା ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ଅନୁଯାୟୀ, ରାଜା ନିଜ ଘର ଆଗରେ ପଡ଼ୋଶୀମାନଙ୍କ ସହ କଥା ହେଉଥିଲେl ହଠାତ ଏକ ମୋଟରବାଇକ ଦୁଇ ଅଜ୍ଞlତ ଯୁବକ ପହଞ୍ଚି କୌଣସି କଥାକୁ ନେଇ ପାଟିତୁଣ୍ଡ କରିଥିଲେl ଦୁଇ ଜଣଙ୍କ ମଧ୍ୟରୁ ଜଣେ ପକେଟରୁ ପିସ୍ତଲ ବାହାର କରି ରାଜାର ଛାତିକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ l ରାଜା ତଳେ ପଡ଼ିଯିବା ପରେ ଦୁଇ ଯୁବକ ସେଠାରୁ ମୋଟରବାଇକରେ ଫେରାର ହୋଇଯାଇଥିଲେl ପରିବାରଲୋକ ରାଜାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତିl