ରାଜ୍ୟ

ପିଏମ୍‌ଏଜିୱାଇ ସର୍ଭେରେ ଭୟଙ୍କର ଚିତ୍ର: ୩୭୧ଗାଁର ୭,୬୮୨ ପିଲା ସ୍କୁଲ ବାହାରେ

ଭୁବନେଶ୍ବର : ଓଡ଼ିଶାରେ ଅଧାରୁ ପାଠ ଛାଡ଼ୁଛନ୍ତି ପିଲା। ଆର୍ଥିକ ସ୍ଥିତି ହେଉ କିମ୍ବା ଅଳ୍ପ ବୟସରେ ରୋଜଗାର କରିବାକୁ ପିଲାମାନେ ପାଠପଢ଼ାରୁ ଦୂରେଇ ଯାଉଛନ୍ତି। ଅଭିଭାବକଙ୍କୁ କାମରେ ସହାୟତା ଯୋଗାଇବା ପାଇଁ ମଧ୍ୟ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ସ୍କୁଲ ଆସୁନାହାନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା(ପିଏମ୍‌ଏଜିୱାଇ)ରେ ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ କରାଯାଇଥିବା ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଓଡ଼ିଶାର ୩୦ ଜିଲ୍ଲାର ୩୭୧ ଗାଁରେ କରାଯାଇଥିବା ସର୍ଭେରୁ ଜଣାପଡ଼ିଥିଲା ଯେ ୭୬୮୨ ଛାତ୍ରଛାତ୍ରୀ ସ୍କୁଲ ବାହାରେ ରହିଥିଲେ। ମେ’ ୩୧ ସୁଦ୍ଧା ସେମାନଙ୍କ ମଧ୍ୟରୁ ୨୫୯୬ଜଣ ପୁଣିଥରେ ସ୍କୁଲ ଫେରିଛନ୍ତି। ଆହୁରି ୫,୦୮୬ଜଣ ସ୍କୁଲ ବାହାରେ ରହିଛନ୍ତି। ଛତିଶଗଡ଼, କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ, ତ୍ରିପୁରାରେ ଅଧାରୁ ଅଧିକ ପିଲା ଫେରିଥିଲେ ମଧ୍ୟ ଓଡ଼ିଶାରେ ତାହା ଆଶାନୁରୂପ ହୋଇପାରି ନାହିଁ।

DNA India

ପ୍ରାଥମିକ ସ୍ତରରେ ରାଜ୍ୟର ୩୦ ଜିଲ୍ଲାର ୨୪୬ ଗାଁକୁ ସର୍ଭେରେ ନିଆଯାଇଥିଲା। ସେଥିରେ ୨,୨୯୯ ଛାତ୍ରଛାତ୍ରୀ ସ୍କୁଲ ବାହାରେ ରହିଥିଲେ। ମେ’ ୩୧ ସୁଦ୍ଧା ୭୯୭ଜଣ ସ୍କୁଲ ଫେରିଥିବା ବେଳେ ଆହରି ୧୫୦୨ଜଣ ସ୍କୁଲ ବାହାରେ ରହିଛନ୍ତି। ଉଚ୍ଚ ପ୍ରାଥମିକ ସ୍ତରରେ ୨୯ ଜିଲ୍ଲାର ୧୯୨ ଗାଁରେ କରାଯାଇଥିବା ସର୍ଭେରୁ ଜଣାପଡ଼ିଥିଲା ଯେ ୧,୧୯୮ଜଣ ସ୍କୁଲ ବାହାରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୪୧୮ଜଣ ଫେରିଥିଲେ ଏବଂ ୭୮୦ଜଣ ସ୍କୁଲ ବାହାରେ ଅଛନ୍ତି। ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ୨୯ ଜିଲ୍ଲାର ୩୭୧ ଗାଁର ୨,୭୩୯ଜଣ ସ୍କୁଲ ବାହାରେ ଥିଲେ। ମେ’ ୩୧ ସୁଦ୍ଧା ୯୦୦ଜଣ ଫେରିଛନ୍ତି। ଆହୁରି ୧୮୩୯ଜଣ ସ୍କୁଲ ବାହାରେ ରହିଛନ୍ତି। ଉଚ୍ଚ ମାଧ୍ୟମିକ ସ୍ତରରେ ୨୮ ଜିଲ୍ଲାର ୨୭୫ ଗାଁର ୧,୪୪୬ଜଣ ସ୍କୁଲ ବାହାରେ ରହିଥିଲେ। ମେ’ ୩୧ ସୁଦ୍ଧା ୪୮୧ଜଣ ଫେରିଥିବା ବେଳେ ୯୬୫ଜଣ ସ୍କୁଲ ବାହାରେ ରହିଥିବା ସର୍ଭେ ସମୟରେ ତଥ୍ୟ ସାମ୍ନାକୁ ଆସିଥିଲା। କେଉଁ ଜିଲ୍ଲାର କେତେ ସଂଖ୍ୟକ ଓ କେଉଁମା‌ନେ ସ୍କୁଲ ବାହାରେ ରହିଛନ୍ତି, ତାହା ଜିଲ୍ଲା ପ୍ରଶାସନ ସହ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ନିକଟରେ ଉପଲବ୍ଧ ରହିଛି। ଏ ଦିଗରେ ପଦକ୍ଷେପ ନେବା ସହ ସ୍କୁଲ ବାହାରେ ରହିଥିବା ପିଲାଙ୍କୁ ପୁଣିଥରେ ଫେରାଇ ଆଣିବାକୁ କିଭଳି ପଦକ୍ଷେପ ନିଆଯାଇଛି, ସେନେଇ ତୁରନ୍ତ ଜଣାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ସମସ୍ତ ଜିଲ୍ଲାପାଳ ତଥା ସମଗ୍ର ଶିକ୍ଷା ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ସର୍ଭେ ଦେଶର ୩୯୮ ଜିଲ୍ଲା‌ର ୫୧୧୮ ଗ୍ରାମରେ କରାଯାଇଥିଲା। କେତେ ସଂଖ୍ୟକ ଛାତ୍ରଛାତ୍ରୀ ସ୍କୁଲ ବାହାରେ ରହିଛନ୍ତି, ତାହାକୁ ପ୍ରାଥମିକତା ଦିଆଯାଇଥିଲା। ଗ୍ରାମ୍ୟସ୍ତରୀୟ କନ୍‌ଭରଜେନ୍ସ କମିଟି ମାଧ୍ୟମରେ ହୋଇଥିବା ସର୍ଭେରୁ ଜଣାପଡ଼ିଥିଲା ଯେ ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ୧ ଲକ୍ଷ ୮୩ ହଜାର ଛାତ୍ରଛାତ୍ରୀ ସ୍କୁଲ ବାହାରେ ରହିଥିଲେ। ମେ’ ୩୧ ସୁଦ୍ଧା ସେମାନଙ୍କ ମଧ୍ୟରୁ ୮୫ ହଜାର ପୁଣିଥରେ ସ୍କୁଲକୁ ଫେରିଛନ୍ତି। ଆହୁରି ୯୭ ହଜାର ପିଲା ମେ’ ୩୧ ସୁଦ୍ଧା ସ୍କୁଲ ବାହାରେ ରହିଛନ୍ତି। ଛାତ୍ରଛାତ୍ରୀଙ୍କୁ କିଭଳି ପୁଣିଥରେ ଫେରାଇ ଅଣାଯିବ, ସେ ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ କୁହାଯାଇଛି। ଫେରୁଥିବା ପିଲାମାନେ ଯେପରି ସେମାନଙ୍କ ଶିକ୍ଷା ଶେଷ କରିବେ, ସେ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଜୁନ୍‌ ୩୦ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗର ଯୁଗ୍ମ ସଚିବ ବିପିନ୍‌ କୁମାର ଗତ ଜୁନ୍‌ ୫ରେ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।