ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ ୨୮/୦୯: ପିଏଫଆଇ ବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଉପରେ ଲାଗିଲା ପ୍ରତିବନ୍ଧକ । ଗୃହମନ୍ତ୍ରଳାୟ ୫ ବର୍ଷ ପାଇଁ ଏହି ସଂସ୍ଥା ବିରୋଧରେ ପ୍ରତିବନ୍ଧକ ଲଗାଇଛି । ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର । ସରକାରୀ ଗେଜେଟରେ ଏହା ପ୍ରକାଶ କରିଛନ୍ତି । PFI ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହା ପରେ ଗୃହ ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

PFI ଉପରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ମଙ୍ଗଳବାର ମଧ୍ୟ ଜାରି ରହିଛି । ଦେଶର ୬ଟି ରାଜ୍ୟରେ PFI ର ବିଭିନ୍ନ ସ୍ଥାନରେ ନିଆଯାଇଥିବା କାର୍ଯ୍ୟରେ ଏହାର ୯୦ ରୁ ଅଧିକ କର୍ମଚାରୀଙ୍କୁ ଅଟକ ରଖାଯାଇଛି । ସୂଚନା ଥାଉକି, ସୋମବାର ମଧ୍ୟରାତ୍ରରୁ ଏନଆଇଏର ଏକାଧିକ ଟିମ୍ ୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ସ୍ଥାନରେ ରେଡ୍ କରି ୧୭୦ ଜଣ ପିଏଫଆଇ ସଦସ୍ୟଙ୍କୁ ଉଠାଇ ନେଇଥିଲା ଏନଆଇଏ । ଏମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଅଟକ ରଖି ଜେରା କରାଯାଇଛି ।

ଏହା ପୂର୍ବରୁ ସେପ୍ଟେମ୍ବର ୨୨ରେ ୧୫ ରାଜ୍ୟର ୯୩ଟି ସ୍ଥାନରେ ରେଡ କରିଥିଲା ଏନଆଇଏ । ପିଏଫଆଇ ଏକ ଇସଲାମିକ ସଙ୍ଗଠନ । ଆତଙ୍କବାଦୀ ସଙ୍ଗଠନ ସିମି ଭାରତରୁ ବ୍ୟାନ ହେବା ପରେ ଏହାର ଫ୍ରଣ୍ଟାଲ ଅର୍ଗାନାଇଜେସନ ଭାବେ ୨୦୦୬ରେ ପିଏଫଆଇ ଗଠନ ହୋଇଥିଲା । ପ୍ରଥମ ରାଜ୍ୟ ଭାବେ କେରଳରେ ପିଏଫଆଇ ସକ୍ରିୟ ହୋଇଥିଲା । ଏବେ ୨୪ଟି ରାଜ୍ୟରେ ସକ୍ରିୟ ରହିଛି । ଏହି ସଙ୍ଗଠନ ବାରମ୍ବାର ଦେଶବିରୋଧୀ କାର୍ଯ୍ୟକଳାପରେ ସାମିଲ ଥିବା ନେଇ ଅଭିଯୋଗ ରହିଛି । ଦେଶରେ ହୋଇଥିବା ବିଭିନ୍ନ ହିଂସାରେ ପିଏଫଆଇର ସଂପୃକ୍ତି ଥିବା ସୂଚନା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଟନା ରାଲିକୁ ପିଏଫଆଇ ଟାର୍ଗେଟ କରିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ