ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପିଏଫଆଇକୁ ଝଟକା, ପ୍ରତିବନ୍ଧକ ଚ୍ୟାଲେଞ୍ଜ ଆବେଦନ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଳୁରୁ: ପପୁଲାର ଫଣ୍ଟ୍ ଅଫ ଇଣ୍ଡିଆର ପ୍ରତିବନ୍ଧକ ଚ୍ୟାଲେଞ୍ଜ ଆଦବେନ ଖାରଜ । କର୍ଣ୍ଣାଟକ ହାଇକୋର୍ଟ ମାମଲାର ଶୁଣାଣି କରି ଦାୟର ହୋଇଥିଲା ଆବେଦନକୁ ଖାରଜ କରିଛନ୍ତି । ପିଏଫଆଇ ସଦସ୍ୟ ନାସିର ପାସାଙ୍କ ଦ୍ବାରା ଉଚ୍ଚ ଅଦାଲତରେ ଦାୟର ହୋଇଥିଲା ଯାଚିକା। ଜଷ୍ଟିସ୍ ଏମ୍ ନଗପ୍ରସନ୍ନା ମାମଲାର ଶୁଣାଣି କରି ନିଷ୍ପତ୍ତି ଶୁଣାଇଛନ୍ତି ।

ସୂଚନା ଅନୁଯାୟୀ, ପପୁଲାର ଫଣ୍ଟ୍ ଅଫ ଇଣ୍ଡିଆର ସଦସ୍ୟ ଆତଙ୍କବାଦୀ ଗତିବିଧିରେ ସାମିଲ ଥିବା ନେଇ ଅଭିଯୋଗ ପରେ କେନ୍ଦ୍ର ସରକାର ତତ୍କାଳ ପ୍ରତିବନ୍ଧକ ଲଗାଇଛନ୍ତି । ଏହାକୁ ନେଇ ପିଏଫଆଇ ସଦସ୍ୟ କର୍ଣ୍ଣାଟକ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । କେନ୍ଦ୍ର ସରକାର ପିଏଫଆଇ ଉପରେ ତତ୍କାଳ ପ୍ରତିବନ୍ଧକ ଲାଗୁ କରିଛନ୍ତି । ଏଥିରେ ପିଏଫଆଇକୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇନାହିଁ। ଆତଙ୍କବାଦକୁ ଯୋଡି ମିଛରେ ପାର୍ଟି ଉପରେ ଦୋଷ ଲଦାଯାଉଛି ବୋଲି କହିଥିଲେ ।

ୟୁଏପିଏ ଧାରା-୩ ଆଧାରରେ ପିଏଫଆଇକୁ ଅବୈଧ ଘୋଷଣା କରାଯାଇଛି । ସେପ୍ଟେମ୍ବର ୨୮ରେ ୫ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର । ପିଏଫଆଇ ଦେଶ ବିରୋଧୀ କାର୍ଯ୍ୟ ସମ୍ପୃକ୍ତ ରହିଛି। ଦେଶ ଭିତରେ ହିଂସା ସୃଷ୍ଟି କରୁଛି । ପିଏଫଆଇର ସଦସ୍ୟ ଆତଙ୍କବାଦୀ ସଂଗଠନ ସହିତ ହାତ ମିଳାଇଛନ୍ତି । ତେଣୁ ଏହା ଉପରେ ତତ୍କାଳ ପ୍ରତିବନ୍ଧକ କେନ୍ଦ୍ର ସରକାର ଲଗାଇଛି ବୋଲି ତୁଷାର ମେହେଟା କହିଥିଲେ । ଏହାର ଶୁଣାଣି କରି ଦାୟର ଯାଚିକାକୁ ଖାରଜ କରିଛନ୍ତି କୋର୍ଟ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ