ଅପରାଧ ରାଜ୍ୟ

ପିଆଜ ବୋଝେଇ ମିନି ଟ୍ରକରୁ ୫ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ଗଜପତିରୁ ୟୁପି ଚାଲାଣ ବେଳେ ମାଡିବସିଲା ପୋଲିସ

ମୁନିଗୁଡା ୧୧/୦୫: ରାୟଗଡା ଜିଲ୍ଲା ବିଷମ କଟକ ପୋଲିସକୁ ପୁଣି ମିଳିଛି ବଡ଼ ସଫଳତା । ବଡ଼ ଚତୁରତାର ସହ ପୋଲିସ ଆଖିରେ ଧୂଳି ଦେଇ ପିଆଜ ବୋଝେଇ ମିନି ଟ୍ରକରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ଗଜପତିରୁ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚୋର ଚାଲାଣ ହେଉଥିବା ସମୟରେ ବିଷମ କଟକ ପୋଲିସ ହାବୁଡ଼ରେ ଜଣେ ଗଞ୍ଜେଇ ମାଫିଆ ସହ ୫ କ୍ୟୁଣ୍ଟାଲ ୯୦ କିଲୋ ଗଞ୍ଜେଇ ଜବତ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ବିଷମ କଟକ ପୋଲିସ ନେତାଜୀ ଛକ ନିକଟରେ ନାକା ଲଗାଇ ଗାଡି ମଟର ଯାଞ୍ଚ କରିବା ସମୟରେ ଉତ୍ତର ପ୍ରଦେଶ ଅଭିମୁଖେ ଯାଉଥିବା ଏକ ପିଆଜ ବୋଝେଇ ମିନି ଟ୍ରକକୁ ସନ୍ଦେହ କରିଥିଲା । ଘଟଣା ସ୍ଥଳରୁ ମିନିଟ୍ରକକୁ ଜବତ କରି ଥାନରେ ଯାଞ୍ଚ କରିବା ସମୟରେ ପିଆଜ ବସ୍ତା ତଳରୁ ବାହାରି ଥିଲା ୫ କ୍ୟୁଣ୍ଟାଲ ୯୦ କିଲୋ ଗଞ୍ଜେଇ ।

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ ଜଣକୁ ଗିରଫ କରିଛି । ଏହି ମାମଲାରେ ଗିରଫ ହୋଇଥିବା ମାଫିଆ ଜଣକ ହେଉଛନ୍ତି ନବୀନ ଜାଡାନ ତାଙ୍କ ଘର ଉତ୍ତର ପ୍ରଦେଶ ଜିଲ୍ଲାର ଫାରିଜାବାଦ ଥାନା ଅନ୍ତର୍ଗତ ଶିରିଶା ଗଞ୍ଜ ଗ୍ରାମର ବୋଲି ଜଣା ପଡ଼ିଛି । ଜବତ ଗଞ୍ଜେଇର ବଜାର ମୂଲ୍ୟ ୫୯ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବୋଲି ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।