ଅପରାଧ ରାଜ୍ୟ

ପିଆଜ ବୋଝେଇ ଟ୍ରକ ସହ ଧକ୍କା ହେଲା ଅଟୋ, ୨ ମୃତ ଓ ୩ ଗୁରୁତର

ଅନଗୁଳ ୩୦/୦୫ : ଅନୁଗୁଳରେ ମର୍ମନ୍ତୁଦ ଦୁର୍ଘଟଣା । ପିଆଜ ବୋଝେଇ ଟ୍ରକ ସହ ଧକ୍କା ହେଲା ଅଟୋ । ଫଳରେ ଘଟଣା ସ୍ଥଳରେ ୨ ମହିଳା ଯାତ୍ରୀଙ୍କ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି । ୫୫ ନଂ ଜାତୀୟ ରାଜପଥ ମରାତିରା ଗଣ୍ଡିମୁଣ୍ଡା ନିକଟରେ ଘଟିଛି ଦୁର୍ଘଟଣା ।

ମୃତକ ହେଲେ ଦୁର୍ଗାପୁରର ୪୯ ବର୍ଷୀୟ କାନ୍ତି ସାହୁ ଓ ଜରପଡା ଗାଁର ୫୧ ବର୍ଷୀୟ କୋକିଳ ସାହୁ । ସେହିଭଳି ୩ ଗୁରୁତରଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅଟୋଟି ମହିଧରପୁରରୁ ଦୁର୍ଗାପୁର ଆସୁଥିବା ବେଳେ ଟ୍ରକଟି ଜରପଡାରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଅଟୋରେ ୪ ଜଣ ଯାତ୍ରୀ ସହ ଅଟୋ ଚାଳକ ଥିଲେ ମଧ୍ୟ ଥିଲେ । ଏହିସମୟରେ ଟ୍ରକ ସହ ଧକ୍କା ହୋଇଥିଲା ଅଟୋ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।