ରାଜ୍ୟ

ପିଆଜ ଅମଳ ନିରାଶାଜନକ: ଭିତ୍ତିଭୂମି ଅଛି, ପ୍ରୋତ୍ସାହନ ନାହିଁ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଆବଶ୍ୟକ ଭିତ୍ତିଭୂମି ଥିବା ସତ୍ତ୍ବେ ପିଆଜ ଚାଷ ନିରୁତ୍ସାହଜନକ। ପ୍ରୋତ୍ସାହନ ଅଭାବ ସହ ସଂରକ୍ଷଣର ସୁବିଧା ନ ଥିବାରୁ ଚାଷୀ ପିଆଜ ଚାଷଠାରୁ ଦୂରେଇ ଯାଉଥିବା ଜଣାପଡ଼ିଛି। ଫଳରେ ଚାହିଦା ମେଣ୍ଟାଇବା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଜିଲ୍ଲାରେ ଚାଷ ହେଉଥିବା ପିଆଜ ଲୋକଙ୍କ ୭୦% ଚାହିଦା ମେଣ୍ଟାଉଥିବା ବେଳେ ଅବଶିଷ୍ଟ ୩୦% ବାହାରୁ ଆମଦାନୀ ହେଉଥିବା କୃଷି ବିଭାଗ ପକ୍ଷରୁ କୁହାଯାଉଛି। ବାସ୍ତବ ଚିତ୍ର କିନ୍ତୁ ଓଲଟା।

ମିଳିଥିବା ସୂଚନା ଅନୁଯାୟୀ, ୨୦୧୯-୨୦୨୦ ବର୍ଷ ୭୨୮ ଜଣ ଚାଷୀ ୯୦୭.୧୨ ହେକ୍ଟର ଜମିରେ ପିଆଜ ଚାଷ କରି ୮,୨୪୫ ଟନ୍ ପିଆଜ ଉତ୍ପାଦନ କରିଥିଲେ। ୨୦୨୦-୨୦୨୧ ବର୍ଷ ୭୫୪ ଜଣ ଚାଷୀ ୯୯୩.୫ ହେକ୍ଟର ଜମିରେ ପିଆଜ ଚାଷ କରି ୧୨, ୫୩୮ ଟନ୍ ପିଆଜ ଉତ୍ପାଦନ କରିଥିଲେ। ସେହିପରି ୨୦୨୧-୨୨ ବର୍ଷ ୯୩୮ ଜଣ ଚାଷୀ ୧୦୯୩. ୩୧ ହେକ୍ଟର ଜମିରେ ପିଆଜ ଚାଷ କରି ୧୪,୧୪୦ ଟନ୍ ପିଆଜ ଉତ୍ପାଦନ କରିଥିଲେ। ଏହି ତିନି ବର୍ଷ ପିଆଜ ଚାଷୀଙ୍କ ସଂଖ୍ୟା ବଢ଼ିବା ସହ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଥିଲା।

India TV

ତେବେ ୨୦୨୨-୨୩ ବର୍ଷ ଜିଲ୍ଲାରେ ପିଆଜ ଚାଷୀଙ୍କ ସଂଖ୍ୟା ବଢ଼ିଥିବା ବେଳେ ଚାଷ କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ କମିଛି। ଏହି ବର୍ଷ ଜିଲ୍ଲାରେ ରେକର୍ଡ ୨,୧୪୭ ଜଣ ଚାଷୀ ପିଆଜ ଚାଷ କରିଥିଲେ। ତେବେ ଚାଷ ହୋଇଥିବା ଜମିର ପରିମାଣ ମାତ୍ର ୨୬୦ ହେକ୍ଟର ଏବଂ ଅମଳର ପରିମାଣ ମଧ୍ୟ ମାତ୍ର ୨,୫୦୦ ଟନ୍। ଏହି ବର୍ଷ ପିଆଜ ଚାଷ ନିରାଶାଜନକ ହୋଇଥିବାରୁ ଜିଲ୍ଲାବାସୀ ପିଆଜ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବା ଆପାତତଃ ସ୍ପଷ୍ଟ ବାରି ହେଉଛି।

ପିଆଜ ଅମଳ ପଛରେ ଆବଶ୍ୟକ ପରିମାଣର ମଞ୍ଜି ଯୋଗାଣ ହୋଇନପାରିବା କାରଣ ବୋଲି କୃଷି ବିଭାଗ ପକ୍ଷରୁ ଦର୍ଶାଯାଉଛି। ପିଆଜ ସଂରକ୍ଷଣ ତଥା ସରକାରୀ ସ୍ତରରେ ବିକ୍ରିର ସୁବିଧା ନ ଥିବାରୁ ଚାଷୀ ପିଆଜ ଚାଷରୁ ମୁହଁ ଫେରାଉଥିବା ଅଭିଯୋଗ ହେଉଛି। ଏପରିକି ଜିଲ୍ଲାର ଚାଷୀ ବିଭିନ୍ନ ସମୟରେ କମ୍ ମୂଲ୍ୟରେ ମଧ୍ୟ ପିଆଜ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ପିଆଜ ଚାଷ ପାଇଁ ପ୍ରୋତ୍ସାହନ ମିଳିଲେ ଚାଷୀ ଏଥିପ୍ରତି ଆଗ୍ରହ ପ୍ରକାଶ କରିବେ ବୋଲି ମତପ୍ରକାଶ ପାଉଛି। ଏଣୁ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବି ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।