ଦେଶ ବିଦେଶ ରାଜନୀତି

ପାୱାରଙ୍କ ବୟସକୁ ନେଇ ଟାର୍ଗେଟ୍‌ କ‌ଲେ ଅଜିତ: ‘ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଛି’

ନୂଆଦିଲ୍ଲୀ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଆଜି ତାଙ୍କ କାକା ଶରଦ ପାୱାରଙ୍କୁ ସବୁଠୁ ବଡ଼ ଆଘାତ ଦେଇଛନ୍ତି। ଖୋଲାଖୋଲି ଭାବେ ଅଜିତ ପାୱାର ତାଙ୍କ କାକାଙ୍କ ବୟସକୁ ନେଇ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି। ଅଜିତ ପାୱାର କହିଛନ୍ତି- ‘ଆଇଏଏସ୍‌ ଅଫିସରମାନେ ୬୦ ବର୍ଷରେ ଅବସର ନେଉଛନ୍ତି। ଏପରିକି ରାଜନୀତିରେ ମଧ୍ୟ ବିଜେପି ନେତାମାନେ ୭୫ ବର୍ଷ ବୟସରେ ଅବସର ନେଉଛନ୍ତି। ଏଲ୍‌କେ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କ ଭଳି ନେତାମାନେ ହେଉଛନ୍ତି ଏହାର ଉଦାହରଣ। ଏହା ଦ୍ବାରା ନୂଆ ପିଢ଼ି ଆଗକୁ ବଢ଼ିଛନ୍ତି। ଆପଣଙ୍କ ବୟସ ୮୩ ହେଲାଣି। ଆପଣ କେବେ ଅଟକିବେ କି ନାହିଁ। ଆପଣ ଆମକୁ ଆର୍ଶୀବାଦ ଦିଅନ୍ତୁ, ମୁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଛି।’ ଅଜିତ ପାୱାର ଶରଦ ପାୱାରଙ୍କ ବୟସକୁ ନେଇ ଏଭଳି ବୟାନ ଦେବା ଏବଂ ନିଜେ ମୁଖ୍ୟମନ୍ତ୍ରୀ ହେବା ପାଇଁ ତାଙ୍କ ଅଭିଳାଷ ଘୋଷଣା କରିବା ପରେ ଏନ୍‌ସିପି କାର୍ଯ୍ୟକାରୀ ସଭାପତି ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି, ଅମିତାଭ ବଚ୍ଚନଙ୍କୁ ୮୨ ବର୍ଷ ଏବଂ ସେ ଏବେ ବି କାମ କରୁଛନ୍ତି। ତୁମେ ଆମକୁ ଅସମ୍ମାନ କରିପାର, କିନ୍ତୁ ଆମ ବାପାଙ୍କୁ ଅସମ୍ମାନ କରନାହିଁ ବୋଲି ସୁଲେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର