ରାଜ୍ୟ

ପାହାଡ଼ ଶିଖରରେ ରହିଛି ଦେଓଝୋଲା; ମୌଳିକ ସୁବିଧା ଯୋଗାଇ ଦେଲେ ଭୋଟ୍‌ ଦେବେ ଗ୍ରାମବାସୀ

ରାୟଗଡ଼ା: ପ୍ରହେଳିକା ସାଜିଛି ରାଜ୍ୟ ସରକାରଙ୍କର ମାଳ ମାଳ ଯୋଜନା। ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଲୋକେ ପାଉନାହାଁନ୍ତି ଯୋଜନାର ଲାଭ। ରାଜ୍ୟ ସରକାରଙ୍କ ଶୈଶବ ଠାରୁ ସମାଧି ପର୍ଯନ୍ତ ମାଳମାଳ ଯୋଜନାମାନ କରିଛନ୍ତି ବୋଲି ଡେଙ୍ଗୁରା ବଜାଉଛନ୍ତି। କିନ୍ତୁ ରାୟଗଡା ଜିଲ୍ଲା ଉପାନ୍ତ ଦୁର୍ଗମ ଅଞ୍ଚଳରେ ଲୋକେ ଆଜିବି ପରାଧୀନତା ଜୀବନ ବିତାଉଛନ୍ତି। ସରକାର ଏତେ ବର୍ଷର ଶାସନ ପରେ ମଧ୍ୟ ଲୋଳେ ଅନ୍ଧାରୀ ମୂଳକରେ ଜୀବନ ବିତାଉଛନ୍ତି। ସତେ ଯେମିତି ସମସ୍ତ ମୌଳିକ ସୁବିଧା ଏମାନଙ୍କ ନିମନ୍ତେ ସାତ ସପନ ପଲଟିଛି। ଏଭଳି ଏକ ଗ୍ରାମ ହେଉଛି ରାୟଗଡା ଜିଲ୍ଲା ମୁଖ୍ୟ ରାସ୍ତାରୁ ଦୀର୍ଘ ୪୦ କିଲୋମିଟର ଅତିକ୍ରମ କରିବା ପରେ, ଆବୁଡା ଖାବୁଡା ପଥୁରିଆ ରାସ୍ତା ଅତିକ୍ରମ କରି ୫ କିଲୋମିଟର ଚାଲିବା ପରେ କୁଟୁଳି ପଞ୍ଚୟତର ଦେଓଝୋଲା ଗାଁ ପଡେ।

ଦେଓଝୋଲା ଗ୍ରାମଟି ପାହାଡ଼ର ଶିଖରରେ ରହିଛି। ଦେଓଝୋଲା ଗ୍ରାମରେ ୫୦ ପରିବାର ବସବାସ କରୁଥିବା ବେଳେ ୨୦୦ରୁ ଊର୍ଦ୍ଧ୍ବ ଲୋକ ଅଛନ୍ତି। ହେଲେ ଅନୁତାପର ବିଷୟ ଏହିକିଜେ ଏହି ଗ୍ରାମକୁ ଆଜି ପର୍ଯ୍ୟନ୍ତ ନା ସଂଯୋଗ ହୋଇଛି ପକ୍କା ସଡକ ନା ସଂଯୋଗ ହୋଇଛି ବିଜୁଳି ଆଲୁଅ, ନା ମିଳୁଛି ସ୍ଵାସ୍ୟ୍ଏ ସେବା ନା ଅଛି ମୋବାଇଲ ଟାୱାର। ଏଠାରେ ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସ୍ବପ୍ନ ପାଲଟିଛି। ଗାଁର ୩ରୁ ୪ ଜଣକୁ ଛାଡିଦେଲେ କୌଣସି ଲୋକଙ୍କୁ ଆଜି ପର୍ଯ୍ୟନ୍ତ ଆବାସ ଗୃହ ଯୋଜନାରେ ସାମିଲ କରାଯାଇ ନାହିଁ। ଯେଉଁ ୩ରୁ ୪ ଜଣଙ୍କୁ ମିଳିଛି ପାଣି ଅଭାବ କାରଣରୁ ଗୃହ ନିର୍ମାଣ ହୋଇ ପାରୁନାହିଁ। ଗାଁର ସମସ୍ତେ ଆଦିବାସୀ ସଂପ୍ରଦାୟର ହୋଇଥିବା ବେଳେ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରନ୍ତି। ସରକାରୀ ବାବୁଙ୍କ ପାଦ କେବେ ମଧ୍ୟ ଗାଁରେ ପଡି ନାହିଁ। ଗାଁରେ ଯଦି କାହାର ଦେହ ଖରାପ ହୁଏ ତେବେ ମୃତ୍ୟୁ ସୁନିଶ୍ଚିତ। କାରଣ ଆମ୍ବୁଲାନସ ପଂହଁଚି ପାରେନି ଗାଁକୁ। ୬ କିଲୋମିଟର ଭାରରେ ବୋହି ନେବାକୁ ପଡେ ରୋଗୀଙ୍କୁ।

ଅନ୍ୟପକ୍ଷରେ ଚାଷ ବାସର ସୁବିଧା ଥିଲେ ବି ପାଣି ନଥିବାରୁ ଚାଷ ବାସ ହୋଇ ପାରେ ନାହିଁ। କୁଲି ମଜୁରୀ ଏବଂ ପାହାଡ଼ ପର୍ବତରୁ ଯାହା ମିଳେ ସେଥିରେ ଏମାନଙ୍କର ଗୁଜୁରାଣ ମେଣ୍ଟେ। ଏଠାରେ ସବୁ ସମୟରେ ଜୀବନ ସଂଘର୍ଷ ମୟ। ନିର୍ବାଚନ ସମୟକୁ ଛାଡିଦେଲେ କେବେବି ଅଧିକାରୀ କିମ୍ବା ନେତା ମନ୍ତ୍ରୀଙ୍କର ପାଦ ଏହି ଗ୍ରାମରେ ପଡେ ନାହିଁ।ଯାହା ଫଳରେ ଏହି ଗ୍ରାମର ଜୁନୁ ମିଣିଆକା, ଅର୍ଜୁନ ମିଣିଆକା, ନାର୍ସି ମିଣିଆକା, ଗୋପ ମିଣିଆକା କହିଛନ୍ତି ଏଠାରେ ଦେଓଝୋଲା ନାଁରେ ଗାଁଟିଏ ଅଛି ବୋଲି ସରକାର ଭୁଲି ଯାଇଛନ୍ତି ବୋଧେ। ଦୁର୍ଗମ ଅନ୍ଧାରି ମୂଳକରେ ଏମାନଙ୍କ ଜୀବନ ଅଭିଶପ୍ତ ପାଲଟିଛି। ରାଜ୍ୟ ସରକାର କେବଳ ମିଥ୍ୟା ଡିଣ୍ଡିମ ପିଟୁଛନ୍ତି କି ଉପାନ୍ତରେ ସମସ୍ତ ଯୋଜନା ଲୋକଙ୍କ ପାଖରେ ପଂହଁଚୁଛି କିନ୍ତୁ ବାସ୍ତବ କ୍ଷେତ୍ରରେ ସ୍ଥିତି କିଛି ଅଲଗା। ଏହି ଗାଁକୁ ଦେଖିଲେ ଜଣା ପଡୁନି ଏଠାରେ ବିକାଶର ପାଦଚିହ୍ନ ପଡିଛି। ଆଜିବି ରାଜ୍ୟ ସରକାର ଓ ପ୍ରଶାସନର ନଜର ପଡୁନି ଏମାନଙ୍କ ଉପରେ। ଏଥର ଗ୍ରାମବାସୀଙ୍କ ନିଷ୍ପତ୍ତି ଆଗେ ଗାଁକୁ ରାସ୍ତା ଓ ପାନୀୟ ଜଳ ଯିଏ ଯୋଗାଇ ଦେବେ ତାଙ୍କୁ ଭୋଟ ଦେବୁ ବୋଲି ସଫା ସଫା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।