କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ପାଳିତ ହେଲା ସାନ୍ତାଳୀ ନବବର୍ଷ ‘ମାଘମୁଲୁଃ’

ରାଇରଙ୍ଗପୁର,୧୩/୦୨: ମୟୂରଭଞ୍ଜ ଜିଲ୍ଲା କେନ୍ଦୁଆ ଗ୍ରାମରେ ସାନ୍ତାଳୀ ନବ ବର୍ଷ ମାଘମୁଲୁଃ ପାଳିତ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ବଡପଳସା ଗ୍ରାମପଞ୍ଚାୟତ ଅନ୍ତର୍ଗତ କେନ୍ଦୁଆ ଗ୍ରାମରେ ଆଦିବାସୀମାନଙ୍କ ନବବର୍ଷ “ମାଘ ମୁଲୁଃ” ମାରାଂବୁରୁ ସେମଲେଦ୍ କେନ୍ଦୁଆ ପକ୍ଷରୁ ପାଳିତ ହୋଇଯାଇଛି।

କେନ୍ଦୁଆ ଗ୍ରାମ ଖେଳ ପଡିଆଠାରେ ସାନ୍ତାଳୀ ନବବର୍ଷ ପାଳିତ ହୋଇ ଯାଇଥିବାବେଳେ ଏଥିରେ ଗ୍ରାମର ପୁରୁଷ ମାନେ ରୋଷେଇ କରି ମହିଳାମାନଙ୍କୁ ଖାଇବାକୁ ପରଷି ନିଆରା ଢଙ୍ଗରେ ନୂତନ ବର୍ଷ ପାଳନ କରିଛନ୍ତି। ଏହାପରେ ଅନୁଷ୍ଠିତ ହୋଇଥିବା ସାଧାରଣ ସଭାରେ ସମସ୍ତେ ଏକାଠି ବସି ବିଭିନ୍ନ ବିଷୟରେ ଆଲୋଚନା କରି ଲୋକଙ୍କୁ ସଚେତନ କରିଥିଲେ। ସଭାରେ ମୂଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବା ପାଳସା ପିଳ୍ ପାରଗାନା ଭାଗୀରଥି ହାଁସଦାଃ, ମୂଖ୍ୟବକ୍ତା ତାରଣା ମାଝୀବାବା ରାମଚନ୍ଦ୍ର ହେମ୍ବ୍ରମ, ପରିବେଶବିତ ରାମଦାସ ମୁର୍ମୁ ପ୍ରମୁଖ ଉପସ୍ଥିତ ଜନସାଧାରଣଙ୍କୁ ନିଜ ନିଜ ବକ୍ତବ୍ୟରେ ଆଦିବାସୀ ସାମାଜରେ ବର୍ତ୍ତମାନ ରହିଥିବା ବିଭିନ୍ନ ସମସ୍ୟା ତଥା ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ମୁଖ୍ୟତଃ ଆସନ୍ତା ଜନଗଣନାରେ ଆଦିବାସୀମାନଙ୍କ ପାଇଁ ସ୍ବତନ୍ତ୍ର ସାର୍ନା ଧର୍ମକୋଡ ପ୍ରଦାନ କରାନଗଲେ ସମଗ୍ର ଆଦିବାସୀ ସମାଜ ପକ୍ଷରୁ ଜନଗଣନାରେ ଅସହଯୋଗ କରାଯିବ ବୋଲି ଶପଥ ନେଇଥିଲେ ଏବଂ ପ୍ରତ୍ୟକ ଗ୍ରାମରେ ପେସା ଗ୍ରାମସଭା ଗଠନ କରାଯାଇ ସଂଗଠିତ ହେବା ସହ ନିଜ ମାତୃଭାଷାକୁ ଭଲ ପାଇବା ସହ ପ୍ରତ୍ୟକ ଗ୍ରାମରେ ଅଲ୍ ଇତୁନ ଆଶ୍ରା(ସାନ୍ତାଳୀ ଭାଷା ଶିକ୍ଷାକେନ୍ଦ୍ର) ଖୋଲାଯିବା ନେଇ ସମସ୍ତଙ୍କୁ ଆଗଭର ହେବାକୁ କହିଥିଲେ।ପରେ ପାରମ୍ପାରିକ ବାଦ୍ୟରେ ଆନନ୍ଦ ଉଲ୍ଲାସର ସହିତ ନାଚଗୀତ କରି ସମସ୍ତେ ନବବର୍ଷର ଆନନ୍ଦ ନେଇଥିଲେ।

ସମ୍ମାନୀୟ ଅତଥି ଭାବେ ସାମ୍ବାଦିକ ତଥା ପେସା ଗ୍ରାମସଭା ବହଳଦା ବ୍ଲକ ସଂଯୋଜକ ବସନ୍ତ ସାଣ୍ଡିଲ, ଗିଧିଘାଟି ମାଝୀବାବା ପ୍ରମୁଖ ଯୋଗ ଦେଇଥିଲେ। ସାନ୍ତାଳୀ ନବବର୍ଷ ଉପଲକ୍ଷେ ଉକ୍ତ କାର୍ଯ୍ୟକ୍ରମ ମାରାଂବୁରୁ ସେମଲେଦ୍ ର ସଦସ୍ୟ ‘ଙ୍କ ଦ୍ବାରା ପରିଚାଳିତ ହୋଇଥିଲାବେଳେ ଏଥିରେ ସଂଗଠନର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,