ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପାର୍ଲାମେଣ୍ଟ୍‌ରେ ପୁଅକୁ ସ୍ତନ୍ୟପାନ କରାଇଲେ ଇଟାଲୀୟ ସାଂସଦ: ତାଳିମାରି ପ୍ରଶଂସା କଲେ ସାଥୀ ସାଂସଦ

ରୋମ୍‌: ବୁଧବାର ଦିନ ଇଟାଲୀୟ ପାର୍ଲାମେଣ୍ଟ୍‌ରେ ଡେପୁଟିମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଚେମ୍ବର୍‌ରେ ବସି ମହିଳା ସାଂସଦ ଜିଲ୍‌ଡା ସ୍ପୋର୍ତିଏଲୋ ତାଙ୍କ ପୁଅ ଫେଡେରିକୋକୁ ସ୍ତନ୍ୟପାନ କରାଇବା ବେଳେ ସାଥୀ ସାଂସଦମାନେ କରତାଳି ଦେଇ ପ୍ରଶଂସା କରିଥିଲେ।

ଇଟାଲୀୟ ସଂସଦରେ କୌଣସି ପିଲା ବସିବା ଓ ମହିଳା ସାଂସଦ ସ୍ତନ୍ୟପାନ କରାଇବା ହେଉଛି ପ୍ରଥମ ଘଟଣା। ଏହି ଘଟଣା ଅନେକ ଦେଶରେ ସାଧାରଣ ଘଟଣା ହୋଇଥିଲେ ବି ପରମ୍ପରାଗତ ଭାବେ ପୁରୁଷପ୍ରାଧାନ୍ୟ ଇଟାଲିରେ ଏହା ପ୍ରଥମ ଘଟଣା ହୋଇଥିବାରୁ ନିମ୍ନ ସଦନର କାର୍ଯ୍ୟନିର୍ବାହୀ ବାଚସ୍ପତି ଏହି ଘଟଣା ଉପରେ ଗୁରୁତ୍ବାରୋପ କରିଛନ୍ତି।

ସଂସଦୀୟ ଅଧିବେଶନରେ ଅଧ୍ୟକ୍ଷତା କରିଥିବା ଜିଓର୍ଜିଓ ମୁଲ୍‌ କହିଛନ୍ତି, ସର୍ବଦଳୀୟ ସମର୍ଥନ ପାଇବାରେ ଏହା ହେଉଛି ପ୍ରଥମ ଘଟଣା। ଫେଡେରିକୋ ପାଇଁ ଦୀର୍ଘ, ଅବାଧ ଓ ଶାନ୍ତିପୂର୍ଣ୍ଣ ଜୀବନ କାମନା କରୁଛୁ। ଏବେ ଆମେ ଚୁପି ଚୁପି କଥାବାର୍ତ୍ତା କରିପାରିବା।

Image Courtesy of 1News

ସୂଚନାଯୋଗ୍ୟ, ପିଲାମାନଙ୍କୁ ସାଥିରେ ନେଇ ଚେମ୍ବର୍‌ରେ ପ୍ରବେଶ କରିବା ସହିତ ୧ ବର୍ଷ ବୟସ ପର୍ଯ୍ୟନ୍ତ ପିଲାକୁ ସ୍ତନ୍ୟପାନ କରାଇ ପାରିବେ ବୋଲି ଗତବର୍ଷ ନଭେମ୍ବର ମାସରେ ‘ପାର୍ଲାମେଣ୍ଟାରି ରୁଲ୍‌ସ୍‌ ପାନେଲ୍‌’ ସମ୍ମତି ଦେଇଥିଲା।

ବାମପନ୍ଥୀ ‘ପଞ୍ଚତାରକା ଆ‌ନ୍ଦୋଳନର’ ସଦସ୍ୟା ସ୍ପୋର୍ତିଏଲୋ କହିଛନ୍ତି, ନିଜ ଇଚ୍ଛାରେ ନୁହେଁ, କର୍ମସ୍ଥଳୀକୁ ଫେରି ଆସିବା ପାଇଁ ବାଧ୍ୟ କରାଯାଉଥିବାରୁ ସମୟ ଅବ୍ୟବହିତ ପୂର୍ବରୁ ଅନେକ ମହିଳା ସ୍ତନ୍ୟପାନ ବନ୍ଦ କରାଇ ଦେଉଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ମାସରେ ଜିଓର୍ଜିଆ ମିଲୋନି ଇଟାଲିର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ କ୍ଷମତାକୁ ଆସିଥିଲେ ବି ଦେଶର ଦୁଇତୃତୀୟାଂଶ ସାଂସଦ ହେଉଛନ୍ତି ପୁରୁଷ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ