ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ପାର୍ବଣରେ ମିଠା-ମସଲାଯୁକ୍ତ ଖାଦ୍ୟ ଖାଇ ବିଗିଡ଼ିଯାଇଛି କି ଆପଣଙ୍କ ସ୍ବାସ୍ଥ୍ୟ ? ଏହି ୮ଟି ଉପାୟରେ ହୁଅନ୍ତୁ ସୁସ୍ଥ

ଦୀପାବଳି ଏବଂ ଭାଇ ଦ୍ବିତୀୟା ପର୍ବ ଯାଇ ସାରିଛି କିନ୍ତୁ ଲୋକେ ମିଠା ଖାଇବା ବନ୍ଦ କରି ନାହାନ୍ତି। ପର୍ବପର୍ବାଣିରେ ଦିନଚର୍ଯ୍ୟା ବିଗିଡ଼ି ଯାଇଥାଏ ଏବଂ ବ୍ୟାୟାମ କିମ୍ବା ଡାୟେଟ ଫଲୋ ହୋଇପାରିନଥାଏ। ପର୍ବ ସରିବା ମାତ୍ରେ ଅଧିକାଂଶ ଲୋକଙ୍କ ଓଜନ ବଢ଼ିବାର ଅଭିଯୋଗ ହୋଇଥାଏ । ଆସନ୍ତୁ ଜାଣିବା କିଛି ସହଜ ଉପାୟ ବିଷୟରେ ଯାହା ଶରୀରକୁ ଡିଟାକ୍ସ ଅର୍ଥାତ୍ ଶରୀର ଭିତରକୁ ଶୁଦ୍ଧ କରିବା ସହ ଓଜନ କମ୍ କରିବାରେ ସହାୟକ ହୋଇଥାଏ।

୧. ସକାଳୁ ଗରମ ଲେମ୍ବୁ ପାଣି ପିଅନ୍ତୁ : ଲେମ୍ବୁ ପାଣିରୁ ନିଜ ଦିନ ଆରମ୍ଭ କରନ୍ତୁ। ଏକ ଗ୍ଲାସ୍ ଗରମ ପାଣିରେ ଅଧା ଚାମଚ ଲେମ୍ବୁ ରସ ପକାନ୍ତୁ। ଲେମ୍ବୁ ପାଣି ଶରୀରକୁ ଖୁବ୍ ଶୀଘ୍ର ଡିଟାକ୍ସ କରିଥାଏ।


୨. ପ୍ରୋଟିନର ମାତ୍ରା ବଢ଼ାନ୍ତୁ : ଓଜନ କମ୍ କରିବାରେ ପ୍ରୋଟିନ୍ ସବୁଠୁ ଅଧିକ ପ୍ରଭାବଶାଳୀ ହୋଇଥାଏ। ପ୍ରୋଟିନ୍ ମାଂସପେଶୀ ମଜବୁତ କରିବାରେ ସହାୟକ ହୋଇଥାଏ। ନିଜ ଡାୟେଟରେ ଅଣ୍ଡା,ଚିକେନ,ବିନ୍ସ,ଡାଲି ଏବଂ ବାଦାମ ଭଳି ଖାଦ୍ୟ ସାମିଲ କରନ୍ତୁ। ଏହା ଆପଣଙ୍କ ଭୋକକୁ ନିୟନ୍ତ୍ରଣ କରିବା ସହ କ୍ୟାଲୋରୀର ମାତ୍ରା କମ୍ କରିଥାଏ ଏବଂ ଏହା ଦ୍ବାରା ଓଜନ୍ କମ୍ ହେବାରେ ସାହାଯ୍ୟ ମିଳିଥାଏ।


୩. ଫାଇବର ବଢ଼ାନ୍ତୁ : ଫାଇବରକୁ ଏକ ନ୍ୟାଚୁରାଲ୍ ଡିଟକ୍ସିଫାଇଂ ଏଜେଣ୍ଟ କୁହାଯାଇଥାଏ। ନିଜ ଡାୟେଟରେ ପ୍ରଚୁର ଫାଇବର ସାମିଲ କରନ୍ତୁ। ଏଥିପାଇଁ ଅତ୍ୟଧିକ କାକୁଡ଼ି,ଗାଜର,ସାଲାଡ,ସ୍ପ୍ରାଉଟସ ଏବଂ ସବୁଜ ପତ୍ରଯୁକ୍ତ ପରିବା ଖାଆନ୍ତୁ। ଏହା ଦ୍ବାରା ଆପଣଙ୍କ ଶରୀର ଭିତରୁ ମଜବୁତ ରହିବ।

୪. ଖାଇବାର ପ୍ରସ୍ତୁତି ପୂର୍ବରୁ କରନ୍ତୁ : ସୁଷମ ଖାଦ୍ୟ ଖାଇବା ଏବଂ ସମୟ ବଞ୍ଚାଇବା ପାଇଁ ଖାଦ୍ୟର ପ୍ରସ୍ତୁତି ପୂର୍ବରୁ କରିବା ଏକ ଉତ୍ତମ ପଦ୍ଧତି ହୋଇଥାଏ। ଏପରି ପ୍ଲାନିଂ କରନ୍ତୁ ଯେଉଁଥିରେ ଅଳ୍ପ ଅଳ୍ପ କରି ଅନେକ ଥର ଖାଆନ୍ତୁ। ଏଭଳି ଆପରଙ୍କୁ ଭୋକ କମ୍ ଲାଗିବ ଏବଂ ଆପଣ ଓଭରଇଟିଂ ଅଭ୍ୟାସରୁ ବଞ୍ଚିଯିବେ।

୫. ଖୁବ୍ ପାଣି ପିଅନ୍ତୁ : ପାର୍ବଣରେ ଅନହେଲଦି ଖାଦ୍ୟ ଖାଇବା ପରେ ଶରୀରକୁ ଡିଟାକ୍ସ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ ଏବଂ ଏଥିପାଇଁ ପାଣିଟୁ ଉପଯୁକ୍ତ ଆଉ କିଛି ହୋଇନଥାଏ। ଦିନସାରା ୮-୯ ଗ୍ଲାସ୍ ପାଣି ପିଅନ୍ତୁ ,ଏହା ଦ୍ବାରା ଆପଣଙ୍କ ଶରୀରର ସମସ୍ତ ବିଷାକ୍ତ ଜିନିଷ ବାହାରି ଯିବ। ନିଦ ମଧ୍ୟ ଭଲ ହେବ।

Foods high in carbohydrate on wooden background. Top view

୬. ଖାଦ୍ୟରେ କେତେକ ଜିନିଷ ସାମିଲ କରନ୍ତୁ : ନିଜ ଖାଦ୍ୟରେ କାର୍ବସ ଏବଂ ଫ୍ୟାଟସ୍ ଭଳି ଜିନିଷ ସାମିଲ କରନ୍ତୁ। ତାଜା ଫଳ,ପରିବା,ଡାଲି,ବାଦାମ,କାଜୁ,ବୀଜ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଏହା ଦ୍ବାରା ଆପଣଙ୍କ ଓଜନ ଶୀଘ୍ର କମିଯିବ।

୭. ମାଂସ ଖାଆନ୍ତୁ ନାହିଁ : ହାଲୁକା ଭୋଜନ ଖାଆନ୍ତୁ। ନାଲି ମାଂସ ଖାଆନ୍ତୁ ନାହିଁ ଏବଂ ପ୍ଲାଣ୍ଟ ପ୍ରୋଟିନର ମାତ୍ରା ବଢ଼ାନ୍ତୁ।


୮. ପର୍ଯ୍ୟାପ୍ତ ମାତ୍ରାରେ ଶୁଅନ୍ତୁ : ଅପର୍ଯ୍ୟାପ୍ତ ନିଦର ପ୍ରଭାବ ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକାଇଥାଏ। ଶୋଇବା ପୂର୍ବରୁ ଏକ କପ୍ ହଳଦୀ କ୍ଷୀରରେ କିଛି ଡାଲଚିନି,ଅଦା ପାଉଡର ଏବଂ ଗୁଡ଼ ପକାନ୍ତୁ। ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ ଏବଂ ଆପଣଙ୍କୁ ଭଲ ନିଦ ଆସିବ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ