ଖେଳ ଦେଶ ବିଦେଶ

ପାର୍ଥିବଙ୍କ କ୍ରିକେଟ୍ ଜୀବନରେ ପୂର୍ଣ୍ଣଚ୍ଛେଦ, ସମସ୍ତ ପ୍ରକାର ଫର୍ମାଟ୍‌ରୁ ନେଲେ ଅବସର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର ଅନ୍ୟତମ ଉପେକ୍ଷିତ ୱିକେଟ୍‌ରକ୍ଷକ ପାର୍ଥିବ ପଟେଲ ବୁଧବାର ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଏଥିସହିତ ତାଙ୍କ ୧୮ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ମାତ୍ର ୧୭ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଆସିଥିବା ପାର୍ଥିବ ବୁଧବାର ଟ୍ବିଟ୍‌ କରି ନିଜ ଅବସର ସୂଚନା ଦେଇଥିଲେ। ଅନେକ ଉତ୍‌ଥାନ ଓ ପତନ ଦେଇ ଗତି କରିଥିବା ଏହି ଗୁଜରାଟ କ୍ରିକେଟର୍‌ ଭାରତ ପାଇଁ ୨୫ ଟେଷ୍ଟ୍‌, ୩୯ ଦିନିକିଆ ଏବଂ ଦୁଇଟି ଟି-୨୦ ଖେଳି ଯଥାକ୍ରମେ ୯୩୪, ୭୩୬ ଓ ୩୬ ରନ୍ କରିଥିଲେ। ୨୦୧୮ ଜାନୁଆରିରେ ସେ ନିଜ ଶେଷ ମ୍ୟାଚ୍‌ ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ ଖେଳିଥିଲେ। ୨୦୦୨ ମସିହାରେ ଭାରତର ଇଂଲଣ୍ଡ ଗସ୍ତରେ ସେ ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନ ଆରମ୍ଭ କରିଥିଲେ।

ନିଜ ଛବିର ଏକ ପୃଷ୍ଠଭୂମି ଉପରେ ପାର୍ଥିବ ଭାବବିହ୍ବଳ ପତ୍ର ଜରିଆରେ କ୍ରିକେଟ୍‌ ଦୁନିଆରୁ ଅବସର ନେଇଛନ୍ତି। କ୍ରିକେଟ୍ ଯାତ୍ରାର ପ୍ରଥମ ଶ୍ରେୟ ସେ ପିତାଙ୍କୁ ଦେଇଛନ୍ତି। ୧୮ ବର୍ଷର କ୍ରିକେଟ୍ ଜୀବନରେ ସଂଶ୍ଲିଷ୍ଟ ସମସ୍ତ ବ୍ୟକ୍ତି, ନିଜ ରାଜ୍ୟ ଗୁଜରାଟ କ୍ରିକେଟ୍‌ ସଂଘ ଓ ଅନ୍ୟ ଅନୁଷ୍ଠାନକୁ ଧନ୍ୟବାଦ ଦେଇଛନ୍ତି। ଜଣେ ୧୭ ବର୍ଷୀୟ ବାଳକ ଉପରେ ବିସିସିଆଇ ଭରସା ରଖିଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ସମସ୍ତ ଅଧିନାୟକ, ବିଶେଷ କରି ମୋ ପ୍ରଥମ ଅଧିନାୟକ ଦାଦା (ସୌରଭ ଗାଙ୍ଗୁଲି)ଙ୍କ ନିକଟରେ ମୁଁ ଋଣୀ ବୋଲି ଉଲ୍ଲେଖ କରିଛନ୍ତି। ସାଥୀ ଖେଳାଳି ଓ ବିପକ୍ଷ ଦଳର ଖେଳାଳିଙ୍କ ସହ ବଂଧୁତାରୁ ବହୁ କିଛି ଶିଖିଛି ବୋଲି ମଧ୍ୟ ସ୍ବୀକାର କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ