ଦେଶ ବିଦେଶ

ପାର୍ଟିକୁ ଡାକି କଳହ ଉପୁଜିବାରୁ ବନ୍ଧୁଙ୍କୁ ହତ୍ୟା, ପୀଡ଼ିତଙ୍କ ବାପାଙ୍କୁ ଆସିଥିଲା କଲ୍‌

ନୂଆଦିଲ୍ଲୀ: ନୋଏଡାର ଜଣେ ଛାତ୍ର ନିଖୋଜ ହୋଇଥିବା ବେଳେ ଏବେ ପୁଲିସ୍‌କୁ ଛାତ୍ରଙ୍କ ମୃତ ଦେହ ମିଳିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କିଛି ଯୁବକଙ୍କ ମଧ୍ୟରେ ପାର୍ଟିରେ ବିବାଦ ଉପୁଜିବା ପରେ ଏହି ହତ୍ୟାକାଣ୍ଡ ଘଟିଛି। ଗଣ୍ଡଗୋଳକୁ ନେଇ ୪ ଜଣ ଯୁବକ ମିଶି ନିଜ ବନ୍ଧୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଅଭିଯୁକ୍ତମାନେ ଯୁବକଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ମାଟି ତଳେ ପୋତି ଦେଇଥିବା ସୂଚନା ରହିଛି। ନୋଏଡା ସ୍ଥିତ ବିଶ୍ୱବିଦ୍ୟାଳୟର ଛାତ୍ର ୟଶ ମିତ୍ତଲ ସୋମବାରଠାରୁ ତାଙ୍କ ହଷ୍ଟେଲରୁ ନିଖୋଜ ଥିଲେ। ତାଙ୍କ ବ୍ୟବସାୟୀ ପିତା ଦୀପକ ମିତ୍ତଲ ଖବର ପାଇବା ପରେ ନେନେଇ ପୁଲିସକୁ ସୂଚନା ଦେଇଥିଲେ। ସେ ପୁଲିସ୍‌କୁ ସୂଚନା ଦେଇଥିଲେ ଯେ ତାଙ୍କ ପୁଅକୁ ଅପହରଣ କରାଯାଇଛି ଓ ଅପହରଣକାରୀ ତା’ ବଦଳରେ ୬ କୋଟି ଟଙ୍କା ମାଗୁଛି।

ଯେତେବେଳେ ପୁଲିସ କ୍ୟାମ୍ପସର ସିସିଟିଭି ଫୁଟେଜ ସ୍କାନ କରିଥିଲା,  ସୋମବାର ଦିନ ଫୋନରେ କଥା ହେଉଥିବା ବେଳେ ୟଶ ବିଶ୍ୱବିଦ୍ୟାଳୟ ଛାଡିଥିବାର ଦେଖିବାକୁ ପାଇଲା। ତାଙ୍କ ଫୋନର କଲ୍ ରେକର୍ଡରୁ ପୁଲିସ୍‌ ଅଧିକ ତଥ୍ୟ ପାଇଗଲା। ପୁଲିସ୍ ତାଙ୍କର ବନ୍ଧୁମାନଙ୍କୁ ପଚରାଉଚରା ବେଳେ ଜାଣିବାକୁ ପାଇଲା ଯେ ୟଶ୍‌ଙ୍କୁ ଏକ ପାର୍ଟି ପରେ ହତ୍ୟା କରାଯାଇଛି।

“ଫେବ୍ରୁଆରି ୨୬ ତାରିଖରେ, ବନ୍ଧୁମାନେ ୟଶଙ୍କୁ ଉତ୍ତରପ୍ରଦେଶର ଆମ୍ରୋହା ଗଜ୍ରାଉଲାର ଏକ ସ୍ଥାନକୁ ଡାକିଥିଲେ। ୟଶ୍‌ ବି ଖୁବ୍ ଶୀଘ୍ର ସେମାନଙ୍କ ସହ ଯୋଗ ଦେଇଥିଲେ। ପାର୍ଟି ସମୟରେ କଳହ ଆରମ୍ଭ ହୋଇଥିଲା। ସେମାନେ ୟଶଙ୍କୁ ହତ୍ୟା କରି ମୃତଦେହକୁ ପୋତି ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ