ଅପରାଧ ରାଜ୍ୟ

ପାର୍କିଂ ବେଳେ ହେଲ୍‌ପର ଉପରେ ଚଢିଗଲା ଟ୍ରକ, ଚାଲିଗଲା ରତିକାନ୍ତଙ୍କ ଜୀବନ

ଜଳେଶ୍ୱର ୨୫।୦୫ : ଟ୍ରକ ଧକ୍କାରେ ହେଲ୍‌ପର ମୃତ୍ୟୁ । ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବାହାର୍ଦା ନିକଟରେ ଏପରି ଘଟଣା ଦେଖିବାକୁ ମିଳିଛି । ମୃତ ହେଲ୍‌ପର ଜଣଙ୍କ ରୁପ୍‌ସା ଥାନା ପୋଢାଡିହା ଗାଁର ରତିକାନ୍ତ ଜେନା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ବାହାର୍ଦା ବଜାର ଠାରେ ଥିବା ଏକ ସିମେଣ୍ଟ ଗୋଦାମ ସମ୍ମୁଖରେ ଏକ ଟ୍ରକ ପାର୍କିଙ୍ଗ ହୋଉଥିଲା । ଠିକ୍‌ ଏହି ସମୟରେ ଟ୍ରକର ପଛରେ ଥିବା ହେଲ୍‌ପର ଉପରେ ପଛ ଚକା ଚଢି ଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ହେଲ୍‌ପରର ମୃତ୍ୟୁ ଘଟିଥିଲା । ସେପଟେ ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ବସ୍ତା ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ତଦନ୍ତ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।