ଅପରାଧ ଦେଶ ବିଦେଶ

ପାରିବାରିକ ବିବାଦରୁ ଭୟଙ୍କର ଅଘଟଣ : ୧୧ ଜଣଙ୍କୁ ଗୁଳିକରି ହତ୍ୟା କଲା ଯୁବକ

ନୂଆଦିଲ୍ଲୀ, ୧୩|୦୮: ପାରିବାରିକ ବିବାଦରୁ ଭୟଙ୍କର ଅଘଟଣ । ୟୁରୋପର ମୋଣ୍ଟେନେଗ୍ରୋରେ ପାରିବାରିକ ବିବାଦରୁ ଗୁଳିକାଣ୍ଡ ଘଟିଛି । କଳହରେ ଅଧୈର୍ଯ୍ୟ ହୋଇ ଜଣେ ଯୁବକ ମନଇଚ୍ଛା ଗୁଳିମାଡ କରିଥିଲେ । ଯେଉଁଥିରେ ୧୧ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ଅନେକ ଆହତ ହୋଇଛନ୍ତି । ଆରଟିସିଜି ଟିଭି ଅନୁସାରେ, ଅଭିଯୁକ୍ତ ଘର ଗଳିରେ ଶିଶୁଙ୍କ ସମେତ ଅନ୍ୟମାନଙ୍କୁ ଗୁଳି ଚଳାଇଥିଲା । ଯେଉଁଥିରେ ଅନେକ ମୃତାହତ ହୋଇଥିଲେ ।

କଣ ପାଇଁ ପରିବାର ବିବାଦ

ପୋଲିସର କହିବାନୁସାରେ, ଏଥିପାଇଁ କୌଣସି ବୟାନ ଜାରି କରାଯାଇ ନାହିଁ । ତଦନ୍ତ ପରେ ହିଁ ସବୁକିଛି ତଥ୍ୟ ଦିଆଯିବ । ଯେଉଁଠି ଏହି ଗୁଳିକାଣ୍ଡ ଘଟିଛି ତାହା ରାଜଧାନୀ ପଣ୍ଡଗୋରିକାରୁ ୩୬ କିମି ଦୂରରେ ରହିଛି । ଏବେ ପୋଲିସ ପୁରା ଘର ଓ ଗଳିକୁ ନାକାବନ୍ଦୀ କରିଛି । ଆହୁରି ମଧ୍ୟ ପୋଲିସ ଗୁଳିମାଡ କରିଥିବା ଆତତାୟୀକୁ ନିପାତ କରିଥିବା କୁହାଯାଉଛି । କିନ୍ତୁ ଏନେଇ ସରକାରୀ ଭାବେ କିଛି ଘୋଷଣା କରାଯାଇ ନାହିଁ ।

ଗୁଳିକାଣ୍ଡ ପରେ ମୋଣ୍ଟେନେଗ୍ରୋବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । କାରଣ ଏଠାକୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି । ଯେଉଁପରି ଭାବେ ୧୧ଜଣଙ୍କୁ ହତ୍ୟା କରାଗଲା ତାକୁ ନେଇ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲୋକେ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ଖୁସି ନାହାଁନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ