ପାଟଣାଗଡ଼, ୧୨/୦୫: ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା । ଲରମ୍ଭା ଥାନା ଖୁଣ୍ଟସମଲେଇ ଗାଁରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହକୁ କେନ୍ଦ୍ର କରି କାଠଫାଳିଆରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ସ୍ୱାମୀ । ସ୍ତ୍ରୀକୁ ମାରିବା ପରେ ବିଷ ପିଇ ସ୍ବାମୀ ଆତ୍ମହତ୍ୟା କରିଛି । ଘର ପଛପଟ କିଆ ବାଡିରୁ ସ୍ବାମୀର ମୃତଦେବ ଠାବ ହୋଇଛି । ମୃତକ ହେଲେ କୁନ୍ତୀ ଟଲା ଓ ସ୍ବାମୀ ଘାଂସି ଟଲା । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଲରମ୍ଭା ଥାନା ପୋଲିସ ।