ଅପରାଧ ରାଜ୍ୟ

ପାରିବାରିକ କଳହର କରୁଣ ପରିଣତି : ବିବାହର ୫ ବର୍ଷ ପରେ ଝିଅକୁ ଛାଡି ଆତ୍ମହତ୍ୟା କଲେ ମା

ନିଶ୍ଚିନ୍ତକୋଇଲି ୬।୮: ପାରିବାରିକ କଳହର କରୁଣ ପରିଣତି । ବିବାହର ୫ ବର୍ଷ ପରେ ପାରିବାରିକ କଳହରୁ ୩ ବର୍ଷର ଝିଅକୁ ଛାଡି ଘର ଫ୍ୟାନ୍‌ରେ ଗାମୁଛା ବାନ୍ଧି ଆତ୍ମହତ୍ୟା କଲେ ମା’ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନେମାଳ ଥାନା ନରେନ୍ଦ୍ରପୁର ଫାଣ୍ଡି ଅନ୍ତର୍ଗତ ତରତ ପଞ୍ଚାୟତ ବାମରା ଗାଁରେ। ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ନେମାଳ ପୋଲିସ ଉଦ୍ଧାର କରିଛି । ମୃତ ମହିଳା ଜଣଙ୍କ ହେଲେ ବାମରା ଗାଁର ସୁଶାନ୍ତ ପାଣିଙ୍କ ପତ୍ନୀ ସସ୍ମିତା ପାଣି ।

ପାରିବାରିକ କଳହରୁ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ମୃତ ମହିଳାଙ୍କ ଗୋଟିଏ ୩ ବର୍ଷର ଝିଅ ଥିବା ସୂଚନା । ଘଟଣାସ୍ଥଳରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ପଞ୍ଚନାମା କରାଯାଇ ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲ ପଠାଯାଇଛି । ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।