ଅପରାଧ ରାଜ୍ୟ

ପାରିବାରିକ କଳହରୁ ଚରମ ନିଷ୍ପତ୍ତି: ୩ ସନ୍ତାନଙ୍କୁ କୂଅରେ ଫିଙ୍ଗି ମା’ର ଆତ୍ମହତ୍ୟା ଉଦ୍ୟମ

ଶେରଗଡ଼ : ପାରିବାରିକ କଳହର ଭୟଙ୍କର ପରିଣତି। ଜନ୍ମକଲା ତିନି ସନ୍ତାନଙ୍କୁ କୂଅରେ ଫୋପାଡ଼ି ମାଆର ଆତ୍ମହତ୍ୟା ଉଦ୍ୟମ। ସେମାନଙ୍କ ମଧ୍ୟରୁ ୧୦ ମାସର ଶିଶୁକନ୍ୟା ଓ ୫ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ବେଳେ ବଡ଼ଝିଅ ଓ ମାଆ ଏଥିରୁ ବର୍ତ୍ତିଯାଇଛନ୍ତି। ତେବେ ଡାକ୍ତରଖାନାରୁ ଘରକୁ ଆସି ନିଜ ଜିଭ କାଟିଦେଲା ମାଆ। ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅଧୀନ କରଡ଼ାକଣା ପଞ୍ଚାୟତ ଲାଉଗୁଡ଼ା ଗ୍ରାମରେ ଏଭଳି ଏକ ହୃଦୟବିଦାରକ ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

ମୃତକମାନେ ହେଲେ, ବଳରାମ ଗୌଡ଼ଙ୍କ ଝିଅ ଆଲିଶା (୧୦ ମାସ) ଓ ପୁଅ ଆଶିଷ (୫ ବର୍ଷ)। ‌ତେବେ ବଳରାମଙ୍କ ପତ୍ନୀ ତଥା ମୃତକ ସନ୍ତାନମାନଙ୍କ ମାଆ ରଶ୍ମିତା ଓ ବଡ଼ଝିଅ ଗୁଞ୍ଜନ (୯ ବର୍ଷ)ଙ୍କୁ ଗ୍ରାମବାସୀ ସୁରକ୍ଷିତ ଭାବେ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ଡାକ୍ତରଖାନାକୁ ଫେରିବା ପରେ ରଶ୍ମିତା ନିଜ ଦୁଇ ପିଲାଙ୍କ ମୃତ୍ୟୁ ଖବର ଜାଣି ନିଜ ଜିଭକୁ କାଟି ପୁଣି ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଶେରଗଡ଼ ଡାକ୍ତରଖାନାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

୫ ବର୍ଷର ପୁଅ, ୧୦ ମାସର ଶିଶୁକନ୍ୟା ମୃତ
ବର୍ତ୍ତିଗଲେ ବଡ଼ଝିଅ, ମା’
ଡାକ୍ତରଖାନାରୁ ଫେରି ଘରେ ଜିଭ କାଟିଦେଲା ମା’

ମିଳିଥିବା ସୂଚନାନୁସାରେ, ବଳରାମ ଚେନ୍ନାଇରେ ଦାଦନ ଶ୍ରମିକ ଭାବେ କାମ କରନ୍ତି। ଲାଉଗୁଡ଼ା ଗ୍ରାମରେ ରଶ୍ମିତା ତାଙ୍କ ଦୁଇଝିଅ ଓ ଗୋଟିଏ ପୁଅ ସହ ରହୁଛନ୍ତି। ଗତକାଲି ରାତିରେ ବଳରାମ ଓ ରଶ୍ମିତା ମୋବାଇଲ୍ ଯୋଗେ କଥାବାର୍ତ୍ତା କରୁଥିବା ସମୟରେ କୌଣସି ବିଷୟକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଫଳରେ ରଶ୍ମିତା ଏଭଳି ଏକ ଚରମ ନିଷ୍ପତ୍ତି ନେଇଥିଲେ। ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏରୁ ଦୁଇଟା ମଧ୍ୟରେ ୧୦ ମାସର ଶିଶୁକନ୍ୟା ଆଲିଶାକୁ ରଶ୍ମିତା କୋଳେଇ ଧରିଥିଲେ। ଆଉ ଆଶିଷ ଓ ଗୁଞ୍ଜନ ‌ନିଘୋଡ଼ ନିଦ୍ରାରେ ଥିବା ବେଳେ ସେମାନଙ୍କୁ ଚଲାଇ ଚଲାଇ ନେଇ ଗାଁ ବାହାରେ ଥିବା ଏକ ପଥର କୂଅ ପାଖକୁ ନେଇଥିଲେ। ଜଣ ଜଣ କରି ସମସ୍ତଙ୍କୁ କୂଅ ଭିତରକୁ ଠେଲି ଦେଇ ରଶ୍ମିତା ନିଜେ ଡେଇଁ ପଡ଼ିଥିଲେ।

ତେବେ ଗୁଞ୍ଜନ ଏକ ପଥରକୁ ଧରି ବଞ୍ଚାଇବାକୁ ଚିତ୍କାର କରିଥିଲେ। କିଛି ଗ୍ରାମବାସୀ ଚିତ୍କାର ଶୁଣି ସେଠାରେ ପହଞ୍ଚି ଡାଲିଆ (ଛୋଟ ଡାଲା)କୁ ଦଉଡ଼ି ବାନ୍ଧି କୂଅ ଭିତରକୁ ଛାଡ଼ିଥିଲେ। ରଶ୍ମିତା ଓ ଗୁଞ୍ଜନଙ୍କୁ ଉଦ୍ଧାର କରି ଭୋର୍ ସାଢ଼େ ୩ଟାରେ ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଚିକିତ୍ସା ପରେ ସେମାନେ ଘରକୁ ଫେରିଥିଲେ। ରଶ୍ମିତା ତାଙ୍କ ସାନପୁଅ ଓ ସାନଝିଅ ବିଷୟରେ ଜଣାଇବା ପରେ ଦମକଳବାହିନୀକୁ ସୂଚନା ଦିଆଯାଇଥିଲା। ଘଣ୍ଟାଏ ପରିଶ୍ରମ ପରେ କର୍ମଚାରୀମାନେ ଆଲିଶା ଓ ଆଶିଷଙ୍କ ଶବକୁ ଉଦ୍ଧାର କରିଥିଲେ। ତେବେ ଦୁଇସନ୍ତାନଙ୍କ ମୃତ୍ୟୁ ଖବର ଶୁଣି ରଶ୍ମିତା ମାନସିକ ଭାରସାମ୍ୟ ହରାଇ ଘରେ ଜିଭକୁ କାଟିଦେଇଥିଲେ। ଶେରଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପାରିବାରିକ କଳହ ପଛରେ କେଉଁ ରହସ୍ୟ ଲୁଚି ରହିଛି ଓ ରଶ୍ମିତା କାହିଁକି ଏଭଳି ଏକ ଚରମ ପଦକ୍ଷେପ ନେଲେ ଏହା ଜାଣିବା ପାଇଁ ତଦନ୍ତକୁ ତ୍ବରାନ୍ବିତ କରାଯାଇଛି ବୋଲି ଥାନାଧିକାରୀ କହିଛନ୍ତି। ଏହି ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।