ଖେଳ ଦେଶ ବିଦେଶ

ପାରାମାଉଣ୍ଟ୍‌ ଲିଗ୍‌ରେ ସୁଦର୍ଶନଙ୍କ ଶତକ

ଭୁବନେଶ୍ବର: ପାରାମାଉଣ୍ଟ ସ୍ପୋର୍ଟିଂ ଆନୁକୂଲ୍ୟରେ ଚାଲିଥିବା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ଲିଗ୍‌ରେ ସୁଦର୍ଶନ ସ୍ବାଇଁଙ୍କ ଶତକ (୧୪୫, ୧୩୯ ବଲ୍‌, ୧୮ ଚୌକା, ୫ ଛକା) ବଳରେ ପାରାମାଉଣ୍ଟ୍ ୭୮ ରନ୍‌ର ବଡ଼ ବ୍ୟବଧାନରେ କଟକ ଜାଗୁଆର୍ସକୁ ପରାସ୍ତ କରିଛି। ପାରାମାଉଣ୍ଟ୍‌ ପାଳିରେ ଅନ୍ୟମାନଙ୍କ ମଧ୍ୟରେ ଆଶୁତୋଷ ସାହୁ (୪୬, ୫୦ ବଲ୍‌) ଏବଂ ଅଂଶୁମାନ ସାହୁ (୩୯, ୫୯ ବଲ୍‌) ଭଲ ଖେଳିବାରୁ ଦଳ ୫୦ ଓଭରରେ ୫ ୱିକେଟ୍ ହରାଇ ୨୫୦ ରନ୍‌ କରିଥିଲା। ଜବାବରେ ସ୍ପିନର୍‌ ସ୍ବୟମ୍ ରାଉତରାୟଙ୍କ ଚମତ୍କାର ବୋଲିଂ (୮.୫-୨-୪୬-୫)କୁ ସମ୍ମୁଖୀନ ହୋଇନପାରି କଟକ ଦଳ ୪୩.୫ ଓଭରରେ ୨୦୩ ରନ୍‌ରେ ସୀମିତ ରହିଯାଇଥିଲା। ଦଳ ପକ୍ଷରୁ ସୁମିତ ରାଉତ (୬୫, ୮୫ ବଲ୍‌), ପ୍ରିନ୍ସ ବେହେରା (୫୬, ୬୯ ବଲ୍‌) ଅର୍ଦ୍ଧଶତକ ହାସଲ କରିଥିଲେ। ଶତକ ହାସଲ କରିଥିବାରୁ ସୁଦର୍ଶନଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ ରଣଜୀ କ୍ରିକେଟର୍‌ ଦେବାଶିଷ ସାମନ୍ତରାୟ। ଅଂଶୁମାନ ସାହୁ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ସମ୍ମାନ ପାଇଥିଲେ। ଅଜୟ ନାୟକ ଓ ଚନ୍ଦ୍ରମୋହନ ବରାଳ ମ୍ୟାଚ୍‌ ପରିଚାଳନା କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ