ରାଜ୍ୟ ସ୍ପେଶାଲ ରିପୋର୍ଟ

ପାରାଦୀପ ବନ୍ଦରରେ ଲାଗିଲା ଯୁଦ୍ଧ ଜାହାଜ, ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିର କରିବ ନୌସେନା

ପାରାଦୀପ ୨୨।୧୧ : ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଲାଗିଲା ଯୁଦ୍ଧ ଜାହାଜ। ଏହି ବିଶାଳକାୟ ଯୁଦ୍ଧ ଜାହାଜ ଆଇଏନ୍‌ଏସ୍ ଘଡିଆଲ ବନ୍ଦରରେ ଲାଗିଛି। ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ନୌସେନା ପକ୍ଷରୁ ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଛି। ଏହାଦ୍ଵାରା ପାରାଦୀପର ବିଭିନ୍ନ ଲୋକ ସ୍ଵାସ୍ଥ୍ୟ ସୁବିଧା ପାଇପାରିବେ।

ଖବର ଅନୁଯାୟୀ, ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଏଫ୍‌ବି ୨ ବର୍ଥରେ ଏହି ଯୁଦ୍ଧ ଜାହାଜ ଲାଗିଛି। ଲୋକମାନେ ନିଷିଦ୍ଧାଞ୍ଚଳ ମଧ୍ୟକୁ ଯାଇ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ଏବଂ ଔଷଧ ଆଣିପାରିବେ ବୋଲି ଜଣାପଡିଛି। ବନ୍ଦର ମଧ୍ୟକୁ ଲୋକମାନଙ୍କୁ ନେବାପାଇଁ ସ୍ଵତନ୍ତ୍ର ବସ୍‌ର ବ୍ୟବସ୍ଥା କରାଯାଇଛି । ସେହିପରି ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଖାସ୍‌ ନଜର ରଖାଯାଇଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।