ଅପରାଧ ରାଜ୍ୟ

ପାରାଦୀପରେ ୪ ଯୁବକଙ୍କ ବର୍ବର କାଣ୍ଡ: ଆଶା କର୍ମୀଙ୍କୁ ଟେକି ନେଇ ଗଣଦୁଷ୍କର୍ମ

ଜଗତସିଂହପୁର : ଷଣ୍ଢକୁଦର ଜଣେ ଆଶାକର୍ମୀଙ୍କୁ କାର୍‌ରେ ଅପହରଣ କରି ନେଇ ଗଣଦୁଷ୍କର୍ମ କରିବା ଭଳି ଏକ ବର୍ବର କାଣ୍ଡ ଘଟିଛି ପାରାଦୀପ ଅଞ୍ଚଳରେ। ଏ ସଂପର୍କରେ ଶନିବାର ଦିନ କୁଜଙ୍ଗ କୋର୍ଟ‌ରେ ପୀଡ଼ିତାଙ୍କର ବୟାନ ରେକର୍ଡ କରାଯାଇଛି। ମହିଳାଙ୍କ ଡାକ୍ତରୀମାଇନା କରାଯାଇଛି। ପୁଲିସ, ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାଡ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହରେ ଦୁଇ ଜଣ ଯୁବକଙ୍କୁ ପାରାଦୀପ ଆଦର୍ଶ ଥାନାରେ ଅଟକ ରଖାଯାଇଥିବା ବେଳେ ଆଉ ଦୁଇ ଜଣଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି।

ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ଗତକାଲି ଅପରାହ୍ନ‌ରେ ସେ କୌଣସି କାମରେ ଆଉ ଜଣେ ଆଶାକର୍ମୀଙ୍କୁ ଦେଖା କରିବାକୁ ଆସୁଥିଲେ। ରାସ୍ତାରେ ଏମ୍ପାୟର୍ସ ହୋଟେଲ ନିକଟରେ ତିନି ଜଣ ଯୁବକ ଏକ ନାଲି କାରରେ ଆସି ତାଙ୍କୁ ଜୋରଜବରଦସ୍ତ ଟେକି ନେଇଥିଲେ। ସେମାନେ ନେହେରୁ ବଙ୍ଗଳା ରାସ୍ତାକୁ ନେଇଯାଇ ଗଣଦୁଷ୍କର୍ମ ଉଦ୍ୟମ କରିଥିଲେ। ପରେ ସେମାନେ ତାଙ୍କୁ ନୂଆବଜାର ନିକଟରେ ଛାଡ଼ି ଦେଇ ଥିଲେ। ପୀଡ଼ିତା ମହିଳା ରାତି ୯ଟାରେ ପାରାଦୀପ ଆଦର୍ଶ ଥାନାରେ ପହଞ୍ଚି ଘଟଣା ସଂପର୍କରେ ଅଭିଯୋଗ କରିଥିଲେ। ତାଙ୍କୁ ଅପହରଣ କରି ନେଇଥିବା ଯୁବକମାନେ ସମସ୍ତେ ପାରାଦୀପ ଅଞ୍ଚଳର ବୋଲି ସେ କହିଛନ୍ତି। ଏମ୍ପାୟର୍ସ ହୋଟେଲ ଛକ ନିକଟରେ ‌ସବୁ ସମୟରେ ବେଶ୍ ଗହଳ ଚହଳ ଲାଗି ରହିଥାଏ। ଏହାସହ ସେଠାରେ ହୋଟେଲର ସିସି କ୍ୟାମେରା ମଧ୍ୟ ରହିଛି। ଏଣୁ ଏ ଘଟଣା ଘଟିଥିବା ବେଳେ କେହି କେମିତି ଜାଣିପାରିଲେ ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଏହି ମାମଲା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଯୁବକ ଓ ତାର ଜଣେ ସହଯୋଗୀଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା ଚଳାଇଥିବା ବେଳେ ଆଉ ଦୁଇ ଜଣଙ୍କୁ ଖୋଜୁଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।