ରାଜ୍ୟ ସ୍ପେଶାଲ ରିପୋର୍ଟ

ପାରାଦୀପରେ ୧୩ ମତ୍ସ୍ୟଜୀବୀ ନିଖୋଜ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଜଗତସିଂହପୁର : ପାରାଦୀପ ନିକଟ ସମୁଦ୍ରରେ ଏକ ବଡ଼ଧରଣର ଅଘଟଣ ଘଟିଛି। ଦୁଇଟି ମାଛଧରା ଟ୍ରଲର୍‌ ସହ ଯାଇଥିବା ୧୩ ମତ୍ସ୍ୟଜୀବୀଙ୍କର ଗତ ୪ଦିନ ହେଲା କୌଣସି ପତ୍ତା ମିଳୁନାହିଁ। ବହୁ ଖୋଜାଖୋଜି କରି ବିଫଳ ହେବାପରେ ମତ୍ସ୍ୟ ବିଭାଗର ଅତିରିକ୍ତ ଅଧିକାରୀ ଭାରତୀୟ ତଟରକ୍ଷୀବାହିନୀ ଓ ସାମୁଦ୍ରିକ ଥାନା ପୁଲିସକୁ ଏକ ଚିଠି ଲେଖିଛନ୍ତି।

ଚିଠି ମୁତାବକ, ପାରାଦୀପଠାରୁ ୮୮ ନଟିକାଲ୍‌ ମାଇଲ୍‌ ଦୂରକୁ ମାଛ ଧରିବା ପାଇଁ ଯାଇଥିବା ଦୁଇଟି ଟ୍ରଲର୍‌ (ଆଇଏନ୍‌ଡି ଓଆର୍‌–୦୪ ଏମ୍‌ଏମ୍‌ ୨୬ ଓ ଆଇ୍‌ଏନ୍‌ଡି ଓଆର୍‌–୦୪ ଏମ୍‌ଏମ୍ ୩୧୪)ର ପତ୍ତା ମିଳୁନି। ଜଣେ ମାଲିକ କେ. କୋଣ୍ଡାଲାଙ୍କ ଅଭିଯୋଗ ମୁତାବକ ତାଙ୍କ ଟ୍ରଲର୍‌ରେ ଚାଳକଙ୍କୁ ମିଶାଇ ୭ ଜଣ ମତ୍ସ୍ୟଜୀବୀ ଥିଲେ। ଅନ୍ୟଜଣେ ଟ୍ରଲର୍‌ ମାଲିକ ସସ୍ମିତା ବରାଳଙ୍କ ଅଭି‌ଯୋଗ ମୁତାବକ, ତାଙ୍କର ଟ୍ରଲର୍‌ରେ ୬ ଜଣ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ଯାଇଥ‌ିଲେ। ଏହି ଦୁଇଟି ଟ୍ରଲର ନିର୍ଦ୍ଧାରିତ ସମୟରେ ମାଛ ଧରା ବନ୍ଦରରେ ପହଞ୍ଚି ନଥିଲେ। ଉଭୟ ମାଲିକ ଟ୍ରଲର୍‌ର ଚାଳକମାନଙ୍କୁ ଯୋଗାଯୋଗ କରିଥିଲେ। ମାତ୍ର ଯୋଗାଯୋଗ ସମ୍ଭବ ହୋଇ ନଥିଲା। ମାଛ ଧରିବା ପାଇଁ ଯାଇଥିବା ଅନ୍ୟ ଟ୍ରଲର୍‌ ମାଲିକମାନଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ ବି କୌଣସି ପତ୍ତା ମିଳି ନଥିଲା। ଫଳରେ ଅନ୍ୟ ଉପାୟ ନପାଇ ସେମାନେ ମତ୍ସ୍ୟ ବିଭାଗକୁ ଅବଗତ କରାଇଥିଲେ।

ଆଜି ମତ୍ସ୍ୟ ବିଭାଗ ଏନେଇ ତଟରକ୍ଷୀବାହିନୀ ଓ ସାମୁଦ୍ରିକ ଥାନା ପୁଲିସକୁ ଚିଠି ଲେଖି ଘଟଣା ସମ୍ପର୍କରେ ଅବଗତ କରିଛନ୍ତି। ହଠାତ୍ ଏହି ଦୁଇଟି ମାଛ ଧରା ଟ୍ରଲର ସମୁଦ୍ର ମଧ୍ୟରୁ କେଉଁଠି ଗାଏବ ହୋଇଗଲେ, ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ବର୍ତ୍ତମାନଠାରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।