ଅପରାଧ ରାଜ୍ୟ

ପାରାଦୀପରେ ଚାଞ୍ଚଲ୍ୟ: ଟିଆଇ ପରେଡ୍ ପୂର୍ବରୁ ଦୁଷ୍କର୍ମ ପୀଡ଼ିତାଙ୍କୁ ଅପହରଣ!

ଜଗତସିଂହପୁର : ଅପହରଣ ସହ ଦୁଷ୍କର୍ମ କରାଯାଇଥିବା ଆଶାକର୍ମୀଙ୍କ ପତ୍ତା ମିଳୁନି। ଗତକାଲି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ଜେଲ୍‌ରେ ଟିଆଇ ପରେଡ୍ କାର୍ଯ୍ୟକ୍ରମ ଥିଲା। ଏହାପୂର୍ବରୁ ସେ କେଉଁଆଡ଼େ ଚାଲିଯାଇଥିବା ଜଣାପଡ଼ିଛି। ତେବେ, ପୀଡ଼ିତାଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ବାପା ଜଟାଧାରୀ ଥାନା ମୁହାଣ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣା ଆଜି ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଗତମାସରେ ପାରାଦୀପର ଏମ୍ପାୟର୍ସ ହୋଟେଲ ନିକଟରୁ ଚାରି ଜଣ ଯୁବକ ଏକ ନାଲି କାର୍‌ରେ ଆସି ସମ୍ପୃକ୍ତ ଆଶାକର୍ମୀଙ୍କୁ ଜୋର୍‌ଜବରଦସ୍ତ ଅପହରଣ କରି ନେଇଯାଇଥିଲେ। ଏହାପରେ ଜଣେ ତାଙ୍କୁ ଦୁଷ୍କର୍ମ କରିଥିବାବେଳେ ୩ଜଣ ସହଯୋଗ କରିଥିବା ନେଇ ଅଭିଯୋଗ ହୋଇଥିଲା। ପୁଲିସ୍‌ ଏହି ଘଟଣାରେ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ସେମାନେ ଏବେ ଜେଲ୍‌ରେ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗତକାଲି ସମ୍ପୃକ୍ତ ଆଶାକର୍ମୀ ଜେଲ୍‌କୁ ଯାଇ ଟିଆଇ ପରେଡ୍‌ରେ ଅପରାଧୀଙ୍କୁ ଚିହ୍ନଟ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ଏଥିପାଇଁ ପୁଲିସ୍‌ ପକ୍ଷରୁ ତାଙ୍କ ସହ ଯୋଗାଯୋଗ କରାଯାଇଥିଲା। ତେବେ, ଏହାପୂର୍ବରୁ ସେ କେଉଁଆଡ଼କୁ ଫେରାର୍‌ ହୋଇଯାଇଛନ୍ତି।

ସମ୍ପୃକ୍ତ ଆଶାକର୍ମୀଙ୍କ ପରିବାରର ସୂଚନା ଅନୁଯାୟୀ, ନିଜ ଘରଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଥିବା ୩ ଜଣ ଗର୍ଭବତୀଙ୍କୁ ଦେଖି ଶୀଘ୍ର ଫେରି ଆସିବାକୁ କହି ସେ ଗାଁ ଭିତରକୁ ଯାଇଥିଲେ। ଦୀର୍ଘସମୟ ପର୍ଯ୍ୟନ୍ତ ସେ ନଫେରିବାରୁ ବାଧ୍ୟହୋଇ ତ‌ାଙ୍କ ମା’ ତାଙ୍କୁ ଫୋନ୍ କରିଥିଲେ। ସେ ଫୋନ୍‌ ଉଠାଇନଥିଲେ। ଏହାପରେ ସନ୍ଦେହ ହେବାରୁ ତାଙ୍କ ବାପା ଖୋଜାଖୋଜି କରିଥିଲେ। ତଥାପି କିଛି ସୁଫଳ ମିଳିନଥିଲା। ଏଣୁ ଭୟଭୀତ ହୋଇ ସେ ତୁରନ୍ତ ପାରାଦୀପ ଆଦର୍ଶ ଥାନାରେ ପହଞ୍ଚି ପୁଲିସକୁ ଜଣାଇଥିଲେ। ପୁଲିସ ପୀଡ଼ିତାଙ୍କ ମୋବାଇଲକୁ ଫୋନ୍ କରିଥିଲେ ମଧ୍ୟ ସେ ଉଠାଇନଥିଲେ। ଟ୍ରାକିଂରୁ ଏହା କୁଜଙ୍ଗ ଅଞ୍ଚଳରେ ଥିବା ଜଣାପଡ଼ିଥିଲା। ଏଣୁ ତୁରନ୍ତ ପାରାଦୀପରୁ ଏକ ପୁଲିସ ଟିମ୍ ସେଠାରୁ ବାହାରି କୁଜଙ୍ଗ ଅଭିମୁଖେ ଯାଇଥିଲେ। ମାତ୍ର, ପୁଲିସ୍‌ ପହଞ୍ଚିଲା ବେଳକୁ ଆଶାକର୍ମୀଙ୍କ ମୋବାଇଲ ସୁଇଚ୍ ଅଫ୍ ହୋଇସାରିଥିଲା। କା‌ଳେ କୌଣସି ରୋଗୀକୁ ସାଥୀରେ ନେଇ ମେଡ଼ିକାଲ ଆସିଥିବା ଚିନ୍ତା କରି ପୁଲିସ ସେଠାରେ ମଧ୍ୟ ଖୋଜାଖୋଜି କରିଥିଲା। ତଥାପି, ପୀଡ଼ିତାଙ୍କର କୌଣସି ଟେର୍ ମିଳିନଥିବା ଜଣାପଡ଼ିଛି।

ଫଳରେ, ଟିଆଇ ପରେଡ୍ ପୂର୍ବରୁ ଆଶାକର୍ମୀ ଗାଏବ ହେବା ଘଟଣାକୁ ନେଇ ପାରାଦୀପରେ ହଇଚଇ ସୃଷ୍ଟି ହୋଇଛି। ଏହି ମାମଲାରେ ପ୍ରକୃତରେ ଆସାମୀମାନଙ୍କର ହାତ ରହିଛି କି ନାହିଁ, ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଝିଅର ଜୀବନ ପ୍ରତି ବିପଦ ଥିବାରୁ ତୁରନ୍ତ ପୁଲିସ ତାଙ୍କୁ ଖୋଜିଦେଉ ବୋଲି ପରିବାରବର୍ଗ ନିବେଦନ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।