ରାଜ୍ୟ ସ୍ପେଶାଲ ରିପୋର୍ଟ

ପାରାକୁ ନେଇ ବଢ଼ୁଛି ରହସ୍ୟ, ଆଇଆଇଟିରେ ପରୀକ୍ଷା ହେବ ଯନ୍ତ୍ରାଂଶ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ : ସମୁଦ୍ରରୁ ଉଦ୍ଧାର ହୋଇଥିବା ଗୁପ୍ତଚର ପାରାକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ପାରାର ଦୁଇ ଗୋଡ଼ରେ ଲାଗିଥିବା ଯନ୍ତ୍ରାଂଶ ଚିହ୍ନଟ କ୍ଷେତ୍ରରେ ଶେଷରେ ହାତ ଟେକିଦେଲା ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବୋରେଟୋରି। ଅଧିକ ତଦନ୍ତ ପାଇଁ ଓଡ଼ିଶା ପୁଲିସ ଭୁବନେଶ୍ବର ଆଇଆଇଟିର ସହଯୋଗ ନେବ। ଆସନ୍ତାକାଲି ଆଇଆଇଟି ଇଲୋକ୍ଟ୍ରନିକ୍ସ ବିଭାଗର ପ୍ରଫେସରଙ୍କ ମାଧ୍ୟମରେ ଏହି ଯନ୍ତ୍ରାଂଶକୁ ଯାଞ୍ଚ କରିବାକୁ ଦିଆଯିବ। ରସୁଲଗଡ଼ ଲାବୋରେଟୋରିର ବିଶେଷଜ୍ଞ ଦଳ ଏହି ଯନ୍ତ୍ରାଂଶକୁ ଚିହ୍ନଟ କରିବାରେ କୌଣସି ବ୍ୟବସ୍ଥା ନଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

କୋଣାର୍କ ସମୁଦ୍ର ଉପକୂଳ ୪୦ ନଟିକଲ୍ ମାଇଲ୍ ଦୂର ସମୁଦ୍ରରେ ମାଛଧରା ବୋଟ ‘ସାରଥି’ରୁ ଗଲା ୬ ତାରିଖରେ ଏହି ପାରା ଠାବ ହୋଇଥିଲା। ଟ୍ରଲର କର୍ମଚାରୀ ପୀତାମ୍ବର ବେହେରା ଏହି ପାରାର ବାମ ଗୋ଼ଡ଼ରେ ଲାଗିଥିବା ସବୁଜ ରଙ୍ଗର ଯନ୍ତ୍ରାଂଶ ଓ ଡାହାଣ ଗୋଡ଼ରେ ଲାଗିଥିବା ଏକ ତମ୍ବାର କ୍ୟାପସୁଲ୍‌ ଦେଖି ତାକୁ କାବୁ କରିନେଇଥିଲେ। କୌଣସି ବିଦେଶୀ ଗୁପ୍ତଚର ସଂସ୍ଥା ଏହି ପାରାକୁ ଛାଡ଼ିଥିବା ସନ୍ଦେହରେ ତାକୁ ପାରାଦୀପ ସାମୁଦ୍ରିକ ଥାନାର ଜିମା ଦିଆଯାଇଥିଲା। ୯ ତାରିଖରେ ଏହି ପାରାକୁ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବୋରେଟୋରିର ଜିମା ଦିଆଯାଇଥିଲା। ୯ ଓ ୧୦ ତାରିଖରେ ରସୁଲଗଡ଼ରେ ଏହି ପାରାର ଯନ୍ତ୍ରାଂଶକୁ ଯାଞ୍ଚ କରାଯାଇଥିଲା।

ଜଗତସିଂହପୁର ଜିଲ୍ଲା ଏସ୍‌ପି ରାହୁଲ ପିଆର୍ ଏହାକୁ କ୍ୟାମେରା ଓ ମାଇକ୍ରୋଚିପ୍ କହୁଥିବା ବେଳେ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରି ଓ ନନ୍ଦନକାନନ କର୍ତ୍ତୃପକ୍ଷ ଏହାକୁ ସୋଲାର୍ ପ୍ୟାନେଲ୍ ଓ ଟ୍ରାନସମିଟର ବୋଲି ଦାବି କରୁଛନ୍ତି। ଏଭଳି ମନ୍ତବ୍ୟକୁ ନେଇ କିନ୍ତୁ ସାମୁଦ୍ରିକ ଥାନା ଦ୍ବନ୍ଦ୍ବରେ ପଡ଼ିଯାଇଛି। ତମ୍ବାର କ୍ୟାପସୁଲକୁ ନନ୍ଦନକାନନ କର୍ତ୍ତୃପକ୍ଷ ଆମେରିକୀୟ ଟ୍ରାନ୍ସମିଟର୍ ବୋଲି ଦାବି କରୁଛନ୍ତି। ଏଭଳି ଦ୍ବନ୍ଦ୍ବ ସୃଷ୍ଟି କରୁଥିବା ମନ୍ତବ୍ୟ ଗୁପ୍ତଚର ପାରାର ରହସ୍ୟ ଭେଦିପାରୁ ନାହିଁ।

ଗୋଟିଏ ପଟେ ଯନ୍ତ୍ରାଂଶର ସ୍ପଷ୍ଟତା ନେଇ ସାମୁଦ୍ରିକ ଥାନା ଭୁବନେଶ୍ବର ଆଇଆଇଟିର ସହଯୋଗ ଲୋଡ଼ିଥିବା ବେଳେ ଅନ୍ୟପଟେ ପାରା କେଉଁ ଦେଶର ଏବଂ ଏହାକୁ କିଏ ଛାଡ଼ିଛନ୍ତି ଏ ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ପାଇଁ ଉଭୟ ଜଂଗଲ ବିଭାଗ ସମେତ ଓୟୁଏଟିର ସହଯୋଗ ଲୋଡ଼ାଯାଇଛି। ଏମାନେ ପାରାର ଠିକଣା ଠାବ କରିବେ। ପାରାର ଦୁଇଡେଣାରେ ନାଲି ଓ ସବୁଜ ରଙ୍ଗର ଅକ୍ଷରକୁ ବି ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବୋରେଟୋରି ଚିହ୍ନଟ କରିବାରେ ବିଫଳ ହୋଇଛି। ଚାଇନିଜ୍‌ ଭାଷାରେ ଲେଖା ଯାଇଥିବା କୁହାଯାଉଛି। ଉଭୟ ଯନ୍ତ୍ରାଂଶ ଓ ଅକ୍ଷରକୁ ନେଇ ସାମୁଦ୍ରିକ ଥାନା ଆଜି ସୁଦ୍ଧା ସ୍ପଷ୍ଟ ହୋଇପାରୁ ନଥିବାରୁ ଜଂଗଲ ବିଭାଗର ସହଯୋଗ ଲୋଡ଼ାଯାଇଛି। ପରେ ଏହି ପାରାକୁ କଟକ ବକ୍ସିବଜାର ପାରା ସେବା କେନ୍ଦ୍ର କିମ୍ବା ଜଙ୍ଗଲରେ ଛାଡ଼ିବାକୁ ନିଷ୍ପତ୍ତି ନିଆଯିବ ବୋଲି ଓଡ଼ିଶା ପୁଲିସର ତଟ ସୁରକ୍ଷା ଶାଖା ପକ୍ଷରୁ ସୂଚନା ମିଳିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।