ରାଜ୍ୟ

ପାଣ୍ଡିଆନଙ୍କ ସୁରକ୍ଷାରେ ନବୀନ: ପାଣ୍ଡିଆନ ନିଷ୍ଠା ଓ ସଚ୍ଚୋଟତାର ସହ ସେବା କରିଛନ୍ତି

ଭୁବନେଶ୍ବର: ଏକ ଇଂରାଜୀ ଖବରକାଗଜରେ ବିଜେଡି ଓ ଭି କେ ପାଣ୍ଡିଆନଙ୍କୁ ନେଇ ପ୍ରକାଶିତ ଏକ ଖବର ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ପାଣ୍ଡିଆନ ବିଜେଡିରେ ଫାଟ ସୃଷ୍ଟି କରିବା ସହ ରାଜ୍ୟରେ ବିଜେପି ସଂଗଠନକୁ ଶକ୍ତିଶାଳୀ କରିବାରେ ସହଯୋଗ କରିବେ ବୋଲି ସେ ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କୁ କୁଆଡ଼େ ଅଫର୍ ଦେଇଥିବା ଏହି ରିପୋର୍ଟରେ କୁହାଯାଇଛି। ପାଣ୍ଡିଆନ ଏପରି ଖବରକୁ ଖଣ୍ଡନ କରି ନାହାନ୍ତି। କିନ୍ତୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚୁପ୍‌ ନ ରହି ମତ ରଖିଛନ୍ତି। କେବଳ ସେତିକି ନୁହେଁ, ପାଣ୍ଡିଆନଙ୍କୁ ସାର୍ଟିଫିକେଟ୍ ଦେଇ ଦଳ ଭିତରେ ତାଙ୍କ ଗୁରୁତ୍ବ ଓ ପ୍ରଭାବକୁ ବଢ଼ାଇବା ଲାଗି ରାସ୍ତା ଖୋଲିଛନ୍ତି। ଇଂରାଜୀ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ‘ବର୍ତ୍ତମାନ ବିଜେପି ଓ ବିଜେଡି ମଧ୍ୟରେ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ବ୍ୟୁରୋକ୍ରାଟ୍‌ରୁ ନେତା ପାଲଟିଥିବା ନବୀନ ପଟ୍ଟନାୟକଙ୍କ ପୂର୍ବତନ ସହଯୋଗୀ ଭି କେ ପାଣ୍ଡିଆନ। ଏବେ ରାଜ୍ୟସଭା ଗଣିତ ଦୃଷ୍ଟିରୁ ବିଜେପି ପାଇଁ ବିଜେଡିର ସମର୍ଥନ ଜରୁରି ହୋଇପଡ଼ିଛି। ଗତ ସପ୍ତାହ ନବୀନ ବାବୁଙ୍କ ସହ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଥା ହୋଇଥିଲେ। ନବୀନ ବାବୁ ରାଜ୍ୟସଭାରେ ତଥା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏକୁ ସମର୍ଥନ ଦେବେ ବୋଲି କହିଥିଲେ। କିନ୍ତୁ ଏଥିରେ ତାଙ୍କର ଗୋଟିଏ ସର୍ତ୍ତ ଥିଲା। ସର୍ତ୍ତଟି ହେଲା, ପାଣ୍ଡିଆନଙ୍କୁ ବିଜେପିରେ ପୂରାଇ ନଦେବାକୁ ବିଜେପି କଥା ଦେଉ। ଏହାମଧ୍ୟରେ ଶ୍ରୀ ଶାହଙ୍କ ସହ ଭେଟ ହେବା ପାଇଁ ନୂଆଦିଲ୍ଲୀରେ ପାଣ୍ଡିଆନ ଉଦ୍ୟମ ଚଳାଇଛନ୍ତି। ଏଥିରେ ତାଙ୍କୁ ଜଣେ କେନ୍ଦ୍ର ମନ୍ତ୍ରୀ ସହଯୋଗ କରୁଛନ୍ତି। ପାଣ୍ଡିଆନ ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କୁ ବୁଝାଇଛନ୍ତି ଯେ ସେ ବିଜେଡିକୁ ଭାଙ୍ଗି ଦେଇପାରିବେ। ବିଜେଡି ଭାଙ୍ଗିଲେ ଓଡ଼ିଶାରେ ବିଜେପିର ଶକ୍ତି ବୃଦ୍ଧିରେ ଏହା ସହାୟକ ହେବ। ଏଥିପାଇଁ ବାରମ୍ବାର ଦିଲ୍ଲୀ ଆସିଥିଲେ ବି ଅମିତ ଶାହକୁ ଭେଟିବାକୁ ସମର୍ଥ ହୋଇପାରି ନାହାନ୍ତି। ତେବେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ବିଜେପି ସ୍ଥିର କରିଛି ଯେ ବିଜେଡିର ସମର୍ଥନ ଆବଶ୍ୟକତା ଥିବାରୁ ବିଜେପି ନବୀନ ପଟ୍ଟନାୟକଙ୍କ ସାଙ୍ଗରେ ରହିବ ଏବଂ ପାଣ୍ଡିଆନଙ୍କୁ ବିଜେପିରେ ପୂରାଇ ଦିଆଯିବ ନାହିଁ।’

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।