ଅପରାଧ ରାଜ୍ୟ

ପାଣି ଅଭାବରୁ ମରିଗଲା ଧାନ ଫସଲ, ଜମିରେ ଗୋରୁ ଛାଡ଼ିଲେ ଚାଷୀ

ଶୁଖା: ପାଣି ଅଭାବରୁ ଧାନ ଫସଲ ମରିଗଲା। ଶେ‌ଷରେ ନିଜ ଚାଷଜମିରେ ଗୋରୁ ଛାଡ଼ିଦେଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ କର୍ଲାଜୁରୀ ଗାଁର ଚାଷୀ।

ଅଭିଯୋଗ ଅନୁସାରେ, ଗାଁ ମୁଣ୍ଡରେ ଥିବା ୧୪ ଜଣ ଚାଷୀ ପାଖାପାଖି ୨୭ ଏକର ଜମିରେ ଧାନ ଚାଷ କରିଥିଲେ। ଅସୁରଗଡ଼ କେନାଲର ୩ ନମ୍ବର କାଡ଼ା ନାଳାରୁ ଏହି ଜମିକୁ ପାଣି ମାଡ଼ିଥାଏ। ହେଲେ ଗାଁ ଭିତରୁ ଯାଇଥିବା ଉକ୍ତ ନାଳାର ରକ୍ଷଣାବେକ୍ଷଣ ଅଭାବରୁ ବହୁବର୍ଷ ହେଲା ମାଟିରେ ପୋତି ହୋଇଯାଇଛି। ପୁଣି କିଛି ଲୋକ ଘର ନିର୍ମାଣ କରିଥିବାରୁ ନାଳାର ଚିହ୍ନବର୍ଣ୍ଣ ନାହିଁ। ସେଥିପାଇଁ ସମସ୍ତ ଚାଷୀ ନିଜ ଚାଷଜମିକୁ ଉକ୍ତ ଅସୁରଗଡ଼ କେନାଲର ପାଣି ପହଞ୍ଚାଇବା ପାଇଁ କେନାଲରୁ ଗାଁ ଭିତର ଦେଇ ଆଉ ଏକ ବେସରକାରୀ ନାଳ ନିର୍ମାଣ କରି ଚାଷକାମ କରୁଥିଲେ। କିନ୍ତୁ ଗତ ପ୍ରାୟ ଚାରି ବର୍ଷ ହେଲା ସେହି ନାଳାକୁ ମଧ୍ୟ ପୋତି ତା ଉପରେ ଲୋକେ ଘର ନିର୍ମାଣ କରିଛନ୍ତି। ଏବେ ଉକ୍ତ ଚାଷୀଙ୍କ ଜମିକୁ ପାଣି ପହଞ୍ଚି ପାରୁ ନଥିବାରୁ ଲଗାତାର ତିନି ଚାରି ବର୍ଷ ହେଲା ପାଣି ଅଭାବରୁ ଚାଷକାମ ବାଧାପ୍ରାପ୍ତ ହେବା ସହ ଧାନଗଛ ମରି ନଷ୍ଟ ହୋଇଯାଉଛି।

ଚଳିତ ବର୍ଷ ଅଧିକାଂଶ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇ ଯାଇଥିବାରୁ ଧାନଗଛ କାଟିବା ପରିବର୍ତ୍ତେ ଚାଷଜମିରେ ଗୋରୁଙ୍କୁ ଚରିବା ପାଇଁ ଛାଡ଼ି ଦେଇଛନ୍ତି। ଏହାର ସମାଧାନ ପାଇଁ ଚାଷୀମାନେ ଗତ ଏପ୍ରିଲ, ସେପ୍ଟେମ୍ବର ଓ ନଭେମ୍ବର ମାସରେ ତିନିଥର ଡୁଙ୍ଗୁରିପାଲିରେ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ସରକାରୀ ବାବୁମାନେ ଉକ୍ତ ସ୍ଥାନକୁ ଆସି କେବଳ ଲେଖାଲେଖି କରିବା ସହ ଫଟୋ ଉଠାଇ ଚାଲି ଯାଉଛନ୍ତି। ହେଲେ ପରବର୍ତ୍ତୀ ସମୟରେ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଏହାର ସମାଧାନ କରିବାକୁ ଦାବି କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।