ଅପରାଧ ରାଜ୍ୟ

ପାଣିରେ ଭାସୁଛି କୀଟନାଶକ ଡବା, ପୋଖରୀ କୂଳରେ ପଡ଼ିଛି ଦାଦା ଝିଆରୀଙ୍କ ମୃତଦେହ

ରାଉରକେଲା, ୧୪/୧୦: ପୋଖରୀ ନିକଟରୁ ଦାଦା ଝିଆରୀଙ୍କ ମୃତଦେହ ଉଦ୍ଧାର। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ କପଣ୍ଡ ନୂଆଗାଁ ପୋଖରୀ ନିକଟରୁ ଦାଦା ଝିଆରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି।

ସୂଚନାନୁଯାୟୀ, ଲହୁଣୀପଡ଼ା ଥାନା ଅନ୍ତର୍ଗତ କପଣ୍ଡ ନୂଆଗାଁର ଦାଦା ଯୋଗେନ୍ଦ୍ର କିସାନ ଏବଂ ଝିଆରୀ ଜାୟତ୍ରୀ କିସାନଙ୍କ ମୃତଦେହ ଆଜି ଗ୍ରାମ ପୋଖରୀ ନିକଟରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ପୋଖରୀରେ ଦୁଇଟି କୀଟନାଶକ ଡବା ଭାସୁଥିବାରୁ ଦାଦା-ଝିଆରୀ ବିଷ ପିଇ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ତଦନ୍ତ ପରେ ଏନେଇ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।