ଅପରାଧ ରାଜ୍ୟ

ପାଣିନାଳକୁ ନେଇ ମରଣାନ୍ତକ ଆକ୍ରମଣ; ୬ ଗୁରୁତର

ଜଗତସିଂହପୁର ୧୫/୦୭: ପାଇପ ପାଣି ଆସିବାକୁ ନେଇ ପଡୋଶୀଙ୍କ ମାରଣାତ୍ମକ ଆକ୍ରମଣର ଶୀକାର ହୋଇ ୬ ଜଣ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ ଶୁକ୍ରବାର ଭୋର ସମୟରେ ନାଉଗାଁ ଥାନା ଅନ୍ତର୍ଗତ ଭଟଣା ଗାଁର ଦାସରଥି ଜେନାଙ୍କ ପରିବାର ନିଜ କୋଠା ଜାଗାରେ ଥିବା ଏକ ପାଇପକୁ ବ୍ୟବହାର କରୁଥିଲେ। ଏହି ନାଳ ପାଣି ବୋହିବାକୁ କେନ୍ଦ୍ର କରି ଚୈତନ୍ୟ ଜେନାଙ୍କ ପରିବାର ସଂଗବଦ୍ଧ ଭାବେ ଏକ ଫାର୍ସା ଓ କଟୁରୀ ସାହାଯ୍ୟରେ ମାରାଣତ୍ମକ ଆକ୍ରମଣ କରିଥିଲେ।

ଫଳରେ ଦାଶରଥୀ ଜେନା, ବ୍ରହ୍ମାନନ୍ଦ ଜେନା, ତୋଫାନ ଜେନା, ସତେନ ଜେନା, ମିନତୀ ଜେନା ଏବଂ ମଞ୍ଜୁଲତା ଜେନା ଗୁରୁତର ଭାବେ ଆହତ ହୋଇ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ରେ ଆସିଥିଲେl କିନ୍ତୁ ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ଯ ଡାକ୍ତରଖାନାକୁ ସ୍ଥାନାତରିତ କରିଛନ୍ତିl ଏନେଇ ଦାସରଥି ଜେନାଙ୍କ ପରିବାର ପକ୍ଷରୁ ନାଉଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।