ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପାଠ ଅନଲାଇନ୍‌ରେ, ପରୀକ୍ଷା ଅଫ୍‌ଲାଇନ୍‌ରେ: ୯ ମାସ ହେଲା ସ୍କୁଲ ମାଟି ମାଡ଼ିନାହାନ୍ତି ପିଲା, ମାଟ୍ରିକ୍ ଓ ଯୁକ୍ତ-୨ ପରୀକ୍ଷା ନେଇ ଚିନ୍ତା

ଏବେ ମାଟ୍ରିକ୍‌ ଓ ଯୁକ୍ତ -୨ ପରୀକ୍ଷା ଚିନ୍ତା। ଦିର୍ଘ ୯ ମାସ ହେଲା ସ୍କୁଲ ହତା ମାଡିନଥିବା ଛାତ୍ରଛାତ୍ରୀ କିଭଳି ବାର୍ଷିକ ପରୀକ୍ଷାକୁ ସାମ୍ନା କରିବେ ? କୋଭିଡ୍‌ ପାଇଁ ଏବେ ସିନା ଅନ୍‌ଲାଇନ୍‌ରେ କ୍ଲାସ୍‌ ଚାଲିଛି ହେଲେ ସରକାର କହିଲେଣି ଅଫଲାଇନରେ କିନ୍ତୁ ଉଭୟ ପରୀକ୍ଷା ହେବ । ତେବେ ଅନଲାଇନ ପାଠପଢା ପ୍ରଭାବୀ ହୋଇନଥିବା ‌ବେଳେ ପରୀକ୍ଷାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ।

ଅନ୍‌ଲାଇନ୍‌ରେ ପାଠପଢା କିନ୍ତୁ ଅଫ୍‌ଲାଇନ୍‌ରେ ହେବ ପରୀକ୍ଷା । ମାଟ୍ରିକ୍‌ ଓ ଯୁକ୍ତ-୨ ପରୀକ୍ଷା ଅଫ୍‌ଳାଇନ୍‌ରେ ହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ସରକାରଙ୍କ ଏଭଳି ଘୋଷଣା ପରେ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ । କାରଣ କୋଭିଡ୍‌ ପାଇଁ ୯ ମାସ ହେଲା ସ୍କୁଲ୍‌ ମାଟି ମାଡି ନାହାନ୍ତି ଛାତ୍ରଛାତ୍ରୀ । ଅନଲାଇନ୍‌ ପାଠପଢା ପ୍ରଭାବହୀନ ରହିଛି । ହେଲେ ଗଣଶିକ୍ଷା ବିଭାଗ କିନ୍ତୁ କହିଛି ପରୀକ୍ଷା ସିନା ବିଲମ୍ବରେ ହେବ କିନ୍ତୁ ଅଫ୍‌ଲାଇନ୍‌ରେ ପରୀକ୍ଷା କରାଯିବ । ଏଥର ୩୦ ପ୍ରତିଶତ ସିଲାବସ୍‌ କାଣ୍ଟଛାଣ୍ଟ କରାଯାଇଥିଲେ ବି ସ୍କୁଲ୍‌ ଖୋଲିଥିବାରୁ ପାଠପଢା ପ୍ରଭାବହୀନ ରହିଛି । ଏଦୃଷ୍ଟିରୁ ଫେବୃୟାରୀ କିମ୍ବା ମାର୍ଚ୍ଚ ମାସରେ ପରୀକ୍ଷା କରିବା ସମ୍ଭବ ନୁହେଁ । ତେଣୁ ପରୀକ୍ଷା ବିଳମ୍ବ ହେବା ନିଶ୍ଚିତ।

ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଅଫ୍‌ଲାଇନ୍‌ରେ ହେବା ନିଷ୍ପତ୍ତିକୁ ସ୍ବାଗତ କରିଛି ଓଷ୍ଟା । ଡିସେମ୍ବର ୧୫ ତାରିଖ ପରଠାରୁ କ୍ଲାସ ଆରମ୍ଭ କରିବାକୁ ଓଷ୍ଟା ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି। ପିଲାଙ୍କୁ ପ୍ରସ୍ତୁତ ହେବ ପାଇଁ ୧୪୦ ରୁ ୧୫୦ ଦିନ ଦରକାର । ମେ କିମ୍ବା ଜୁନ ମାସରେ ପରୀକ୍ଷା ହେଲେ ପିଲା ପ୍ରସ୍ତୁତ ହୋଇପାରିବେ । ଯେହେତୁ ରାଜ୍ୟରେ କରୋନା ପ୍ରଭାବ କମିଲାଣି ଗୋଟିଏ ଶ୍ରେଣୀ ଗୃହରେ ୨୦ ଜଣ ପିଲାଙ୍କୁ ରଖି ପାଠପଢା କାର୍ଯ୍ୟ କରାଯାଇପାରିବ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି ।

ସିବିଏସଇ ଢାଞ୍ଚାରେ ଅଫଲାଇନରେ ପରୀକ୍ଷା କରିବାକୁ ସରକାର ଯୋଜନା କରୁଛନ୍ତି ସତ ହେଲେ ସିଲାବସ କାଣ୍ଟଛାଣ୍ଟ ସହ ଓ ଶିକ୍ଷାବର୍ଷ ନେଇ ଏବେବି ଦ୍ବନ୍ଦ ଦୂର ହୋଇନି। …

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି