ରାଜ୍ୟ

ପାଟଣା ରେଞ୍ଜକୁ ଫେରିଲେ ୨୪ ଟିକିଆ ହାତୀପଲ, ନଷ୍ଟ କଲେ ଧାନ ଫସଲ

ପାଟଣା୧୯/୧୧: ପାଟଣା ରେଞ୍ଜକୁ ପୁଣି ଫେରିଛନ୍ତି ୨୪ ଟିକିଆ ହାତୀପଲ । ବିଳମ୍ବିତ ରାତିରେ ହାତୀପଲ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜରୁ ଆସି ବନବିର ନିକଟରେ ବୈତରଣୀ ନଦୀ ପାର ହୋଇ ପାଟଣା ରେଞ୍ଜକୁ ପ୍ରବେଶ କରିଛନ୍ତି । ହାତୀପଲ ଆସିବା ବାଟରେ ସାହାରପଡା ସେକ୍ସନ ଅଞ୍ଚଳରେ ବ୍ୟାପକ ଧାନ ଫସଲ ସହ ପନି ପରିବା ଚାଷକୁ ନଷ୍ଟ କରିଛନ୍ତି ।

ହାତୀପଲ ବନବୀର, ଡ଼ାଳପକା, ଖଡିବେଡା, କୁଦାବେଡା, ରେଙ୍ଗାଳବେଡା ଓ କଟାବେଡା ଅଞ୍ଚଳରେ ହୋଇଥିବା ପାଚିଲା ଧାନକୁ ଖାଇ ନଷ୍ଟ କରିଛନ୍ତି । ଏବେ ହାତୀପଲ ପୁରୁଣାପାଣି ଗାଁ ନିକଟ ଜଙ୍ଗଲ ରେ ଡେରା ପକାଇଛନ୍ତି । ଗାଁ ନିକଟରେ ହାତୀପଲ ବୁଲୁଥିବାରୁ ଅଞ୍ଚଳ ବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଖୁବ ଶୀଘ୍ର ହାତୀପଲଙ୍କୁ ଏ ଅଞ୍ଚଳରୁ ଘଉଡାଇବା ସହ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।