ଅପରାଧ ରାଜ୍ୟ

ପାଟଣାଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ହତ୍ୟାକାଣ୍ଡ: କୋଶଲ ମୁକ୍ତି ମୋର୍ଚା ପକ୍ଷରୁ ଥାନା ଘେରାଉ ଓ ଧାରଣା

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ହତ୍ୟାକାଣ୍ଡର ଅଭିଯୁକ୍ତମାନଙ୍କୁ ପୁଲିସ ଧରିବାରେ ଏ ପର୍ଯ୍ୟନ୍ତ ବିଫଳ ହୋଇଥିବାରୁ ଏହାର ପ୍ରତିବାଦସ୍ବରୂପ କୋଶଲ ମୁକ୍ତି ମୋର୍ଚା ପକ୍ଷରୁ ଏସଡିପିଓ ଅଫିସ ଘେରାଉ କରିବା ସହିତ ଧାରଣା ଦିଆଯାଇଛି। ସୋମବାର ସକାଳୁ ଗଡଭିତରଠାରୁ ଏକ ଶୋଭାଯାତ୍ରାରେ ବାହାରି ଥାନା ପରିସରରେ ପହଞ୍ଚି କୋଶଲ ମୁକ୍ତି ମୋର୍ଚାର କର୍ମକର୍ତ୍ତାମାନେ ଏସଡିପିଓ ଅଫିସ ଘେରାଉ କରିବା ସହିତ ଧାରଣା ଦେଇଥିଲେ।

ଟେଣ୍ଟ ଲଗାଉଥିବା ବେଳେ ପୁଲିସ ବାରଣ କରିବାରୁ ଖରାରେ ପ୍ରତିବାଦ ଧାରଣା ଦେଇଛନ୍ତି। ପ୍ରଚଣ୍ଡ ଖରା ହେତୁ ଆନ୍ଦୋଳନକାରୀ ମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଗୁରୁତର ତଥା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୩ ଜଣ ହେଲେ ସିପୁନ୍ ଖମାରୀ, ସରସ୍ବତୀ ବରିହା ଓ ଲଲିତ ବରିହା।

ଏଠାରେ ପ୍ରକାଶ ଥାଉକି, ଗତ ୬ ତାରିଖରେ ପାଟଣାଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କୁ କିଛି ଲୋକ ଅନ୍ୟତ୍ର ହତ୍ୟା କରି ବନକାବିଅର ଗ୍ରାମ ନିକଟରେ ଥିବା ଏକ ନିଛାଟିଆ କପା ଆଟରେ ଫିଙ୍ଗି ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏ ସମ୍ପର୍କରେ ପାଟଣାଗଡ଼ ପୁଲିସ ତଦନ୍ତ କରୁଥିବା ବେଳେ ବର୍ତ୍ତମାନ ୧୭ ଦିନ ପରେ ବି ପୁଲିସର ହାତ ଖାଲି ରହିଥିବାରୁ ଏହାର ପ୍ରତିବାଦ ଜଣାଉଛି କୋଶଲି ମୁକ୍ତି ମୋର୍ଚା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।