ରାଜ୍ୟ ସ୍ପେଶାଲ ରିପୋର୍ଟ

ପାଟଣାଗଡ଼ରେ ବିଜେଡି-ବିଜେପି ତୁତୁ-ମେମେ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକର ପଂଚାୟତମାନଙ୍କରେ ଚାଲିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ପରିପପ୍ରେକ୍ଷୀରେ ନିକଟରେ ଡାଙ୍ଗବା​ହାଲ ଗ୍ରାମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଏକ ବିବାଦୀୟ ପରିସ୍ଥିତି ଉପୁଜିଥିଲା। ଏ ନେଇ ଭାଇରାଲ ହୋଇଥିବା ଏକ ଭିଡିଓ ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ବ୍ଲକର କେତେକ ଅଧିକାରୀ, କର୍ମଚାରୀ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ନୀଳକାନ୍ତ ବାଗ ଓ ଡାଙ୍ଗବାହାଲ ଅଞ୍ଚଳର ଲୋକେ ରହିଥିଲେ। ପାଖରେ ବିକଶିତ ଭାରତର ଏକ ରଥ ରହିଥିଲା ଓ ବିଜେପିର ପୂର୍ବ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଉପସ୍ଥିତ ଥିଲେ। ଅଧ୍ୟକ୍ଷ ଶ୍ରୀ ବାଗ ଏହି ଭିଡିଓରେ ଶ୍ରୀ ସିଂଦେଓଙ୍କୁ ଏହା ଏକ ସରକାରୀ କାର୍ଯ୍ୟକ୍ରମ, ଏଠାକୁ ରାଜନୀତି କରିବା ପାଇଁ କାହିଁକି ଆସିଛନ୍ତି, ଆପଣ ଏଠାକୁ ଆସିବାର କୌଣସି ନିୟମ ନାହିଁ, ଆପଣ ଏଠାରେ ରହିପାରିବେ ନାହିଁ, କେବଳ ପଞ୍ଚାୟତବାସୀ ରହିବେ ବୋଲି କହୁଥିବା ଦେଖାଦେଇଛି। ତା’ପରେ ଶ୍ରୀ ସିଂଦେଓ ତାଙ୍କ ପକେଟରୁ ଏକ ଚିଠି ବାହାର କରି କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଓ ବିକଶିତ ଭାରତର ସମ୍ପର୍କରେ ଅନୁଧ୍ୟାନ କରିବା ନେଇ ନିର୍ଦେଶ ରହିଥିବା କହିଥିଲେ। ଏହାକୁ ନେଇ ବେଶ୍‌ କିଛି ସମୟ ବାକ୍‌ଯୁଦ୍ଧ ଚାଲିଥିଲା। ଅପରପକ୍ଷରେ ଦେଶୀ ମଦଭାଟିରୁ କୋଟି କୋଟି ଟଙ୍କା ଜବତ ଘଟଣାକୁ ନେଇ ବିଜେପି ପକ୍ଷରୁ ଗତ ୧୨ ତାରିଖରେ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଥିଲା। ଏହି ସମୟରେ ଉପସ୍ଥିତ ଥିବା ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି କଳା ଟଙ୍କା ଜବତ୍ ଘଟଣାରେ ବିଜେଡି ଲିଙ୍କ ରହିଥିବା ଓ ଏଥିରେ ରାଜ୍ୟ ସରକାରଙ୍କ ୪ ଜଣ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିବା ଦର୍ଶାଇ ସେମାନଙ୍କୁ ବରଖାସ୍ତ କରାଯିବା ନେଇ ବିଜେପି ପକ୍ଷରୁ ଦାବି କରିଥିଲେ। ଏହା ସହ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମୟରେ ଉପୁଜିଥିବା ବିବାଦକୁ ନେଇ ଶ୍ରୀ ମହାନ୍ତି ଉଦ୍‌ବେଗ ପ୍ରକାଶ କରିଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ବାଗଙ୍କୁ କିଏ ଅଧିକାର ଦେଲା ଯେ ଜଣେ ନେତାଙ୍କୁ ଏପରି ଅଶୋଭନୀୟ ଆଚରଣ ପ୍ରଦର୍ଶନ କଲେ ବୋଲି ପ୍ରଶ୍ନ କରିଥିଲେ। ବିକଶିତ ଭାରତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କୁ ଯିବା ପାଇଁ କିଏ କହିଛି? ଏହା ଜନସାଧାରଣଙ୍କ କାର୍ଯ୍ୟକ୍ରମ, ଏଥିରେ ଜନସାଧାରଣ ଓ ବ୍ଲକ ଅଧିକାରୀ ଉପସ୍ଥିତ ରହିବା ପାଇଁ ପିଏମଓରୁ ସ୍ପଷ୍ଟ ଭାବେ ନିର୍ଦେଶ ରହିଥିବା ବେଳେ ବିଜେପି କର୍ମକର୍ତ୍ତାଙ୍କୁ ରଥ ଯେପରି ସମସ୍ତ ପଞ୍ଚାୟତକୁ ସୁବିଧାରେ ଯାଇ ପାରିବ ସେଥିପ୍ରତି ଅନୁଧ୍ୟାନ କରିବା ପାଇଁ ନିର୍ଦେଶ ରହିଛି ବୋଲି କହିଥିଲେ।
ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ଜରିଆରେ ଜନସାଧାରଣଙ୍କ ନିକଟକୁ ସରକାରଙ୍କ ଜନହିତକର ଯୋଜନା ପହଞ୍ଚିବାକୁ ଥିବାବେଳେ ଏଭଳି ଏକ କାର୍ଯ୍ୟକ୍ରମରେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ତୁତୁ ମେମେ ଜାରି ରହିଥିବାରୁ ଜନସାଧାରଣ କେତେ ଲାଭାନ୍ବିତ ହେବେ ସେନେଇ ସନ୍ଦେହ ସୃଷ୍ଟି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।