ଅପରାଧ ରାଜ୍ୟ

ପାଚେରି ପଡ଼ି ୪ବର୍ଷର ଶିଶୁକନ୍ୟାର ମୃତ୍ୟୁ: ଦୁଇ ଶିଶୁ ଗୁରୁତର

ବାଳିଆପାଳ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବାଳିଆପାଳ ବ୍ଲକ ମଧୁପୁରା ଗ୍ରାମରେ ପାଚେରି ପଡ଼ି ୪ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଶିଶୁ ଗୁରୁତର ଆହତ ହୋଇଥିବାର ଖବର ମିଳିଛି। ପ୍ରବଳ ବର୍ଷା ଓ ପବନ ଫଳରେ ମଧୁପୁରା ଗ୍ରାମରେ ସେକ୍ ଆନସାରଙ୍କ ଘରେ ପରିବାର ଲୋକ ଶୋଇଥିବା ଅବସ୍ଥାରେ ପାଚେରି ପଡି ୪ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଛି। ଏହାଛଡ଼ା ଦୁଇଜଣ ଶିଶୁ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

00:25
00:46

ସୂଚନାରୁ ପ୍ରକାଶ, ପ୍ରବଳ ବର୍ଷା ଓ ପବନ ଫଳରେ ବିଳମ୍ବିତ ରାତିରେ ଘର ପାଖରେ ଥିବା ସ୍କୁଲ ଭିତରେ ଥିବା ଏକ ଗଛ ଭାଙ୍ଗି ସ୍କୁଲ ପାଚେରି ଉପରେ ପଡ଼ିଥିଲା। ପାଚେରି ପାର୍ଶ୍ୱରେ ଥିବା ଘର ଭିତରେ ଶୋଇଥିବା ସେକ ଆନସାର, ତାଙ୍କ ପତ୍ନୀ ଓ ତିନି ଛୁଆ ପାଚେରି ତଳେ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରିଥିଲେ ହେଁ ଚାରିବର୍ଷର ଝିଅ ସମିନା ଖାତୁନଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ରାସ୍ତାରେ ସମିନାଙ୍କ ମୃତ୍ୟୁ ହୋଇଯାଇଛି। ସେହିପରି ଅନ୍ୟ ଦୁଇ ଶିଶୁ ଅମିନା ଖାତୁନ ଏବଂ ସେକ ଆରେନ ମଧ୍ୟ ଆହତ ହୋଇଥିବାରୁ ସେମାନଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।