କଳା ଓ ସଂସ୍କୃତି ରାଜ୍ୟ

ପାଖେଇ ଆସୁଛି ମାଘମେଳା, ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ

କୋଣାର୍କ ୦୨।୦୨: ପାଖେଇ ଆସୁଛି ପ୍ରସିଦ୍ଧ ମାଘ ମେଳା । କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଚନ୍ଦ୍ରଭାଗ ମେଳାପଡିଆରେ ପହଞ୍ଚି ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଖବର ଅନୁଯାୟୀ, ଆସନ୍ତା ୭ତାରିଖରୁ ହେବାକୁ ଯାଉଛି ପ୍ରସିଦ୍ଧ ମାଘମେଳା । ପୁଷ୍କରଣୀ ଖନନ ସହିତ ବାରିକେଟ୍‌ କରାଯାଇଛି । କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ମେଳା ପଡିଆ ସହ ଚନ୍ଦ୍ରଭାଗା ଠାରେ ୬ ଏବଂ ୭ ତାରିଖରେ ୧୪୪ ଧାରା ଲାଗୁ କରାଯିବ । ଚଳିତ ବର୍ଷ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କୁ ବୁଡ଼ ପକାଇବାକୁ ବାରଣ କରାଯାଇଥିବା ବେଳେ ପ୍ରଶାସନିକ ଅଧିକାରୀ , ସେବାୟତ, ସାଧୁସନ୍ଥ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅନୁମତି ମିଳିବ । ତେବେ ପ୍ରସ୍ତୁତି କାର୍ଯ୍ୟ କିପରି ଚାଲିଛି । ସେନେଇ ଜିଲ୍ଲାପାଳ ଆଜି ଚନ୍ଦ୍ରଭାଗା ମେଳାପଡିଆରେ ପହଞ୍ଚି ସମସ୍ତ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ।

ସେପଟେ ତିନି ଠାକୁର , ଦକ୍ଷିଣେଶ୍ୱର, ଇଶାଣେଶ୍ୱର, ତ୍ରି ବେଣୀଶ୍ୱରଙ୍କ ମନ୍ଦିର ଓ କିପରି ତିନି ଠାକୁର ସୁରକ୍ଷାରେ ଆସି ବୁଡ ପକାଇବେ । ସେଥିପାଇଁ ପୁରୀ ଜିଲ୍ଲାପାଳ କୋଣାର୍କ ଏନ୍‌ଏସି ଅଧିକାରୀ, ଗୋପ, କାକଟପୁର, ଅସ୍ତରଙ୍ଗ ବିଡିଓ ଓ ତହସିଲଦାରଙ୍କୁ ପରାମର୍ଶ ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,