କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ପାଖେଇ ଆସୁଛି ଘୋଷଯାତ୍ରା : ରଥ ଖଳାରେ ପହଞ୍ଚିଲା ରଥ ଦଉଡ଼ି, ଶ୍ରୀକ୍ଷେତ୍ର ଭଉଁରୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପୁରୀ, ୦୨।୦୬ : ପାଖେଇ ଆସୁଛି ରଥ ଯାତ୍ରା । ଆଉ ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆସନ୍ତାକାଲି ଶ୍ରୀକ୍ଷେତ୍ର ଭଉଁରୀ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେପଟେ ରଥ ଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ରଥ ଦଉଡ଼ି ।
ତେବେ ଆସନ୍ତାକାଲି ଶ୍ରୀକ୍ଷେତ୍ର ଭଉଁରୀ। ଏକାକୁ ଦୃଷ୍ଟିରେ ରଖି ରଥଖଳା ଓ ନରେନ୍ଦ୍ର ପୋଖରୀ ଚତୁଃପାର୍ଶ୍ଵରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମୋଟ୍ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ସୁରକ୍ଷା ଦୃଷ୍ଟିରୁ ରଥଖଳା ସହ ନରେନ୍ଦ୍ର ପୋଖରୀର ଚତୁଃପାର୍ଶ୍ଵରେ ପୋଲିସ ମୁତୟନ ହେବେ। ଏନେଇ ପୁରୀ ଏସପି କନୱାର୍ ବିଶାଲ ସିଂହ ସୂଚନା ଦେଇଛନ୍ତି। ତେବେ ଚନ୍ଦନ ଯାତ୍ରା ଠାରୁ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ଵ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ୧୪୪ ଧାରା ଜାରି ରହିଛି।
ସେପଟେ ରଥ ଖଳାରେ ଆସି ପହଞ୍ଚିଛି ରଥ ଦଉଡି। ଆଗାମୀ ଘୋଷଯାତ୍ରା ପାଇଁ ମୋଟ୍ ୨୦ଟି ରଥ ଦଉଡି ଆସି ପୁରୀରେ ପହଞ୍ଚିଛି। ଏଥିମଧ୍ୟରେ ୩ ଟି ରଥର ୧୪ଟି ରଥ ଦଉଡି ଏବଂ ୬ଟି କର୍ଡନ ଦଉଡି ଆସି ପୁରୀରେ ପହଞ୍ଚିଛି। ସେହିପରି ବର୍ତ୍ତମାନ ସୁଦ୍ଧା ୩ଟି ରଥର ୪୨ରୁ ଚକରୁ ୧୮ଟିର ନିର୍ମାଣ କାର୍ଯ୍ୟ ସରିଛି । ଆଉ ବାକି ଚକର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଏବେ ଅଖ ନିର୍ମାଣରେ ଲାଗିପଡିଛନ୍ତି ବିଶ୍ୱକର୍ମା ମହାରଣା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,