ଖେଳ ଦେଶ ବିଦେଶ

ପାକ୍ କ୍ରିକେଟରଙ୍କ ସହ ଉମରାନଙ୍କୁ ତୁଳନା କଲେ ବ୍ରେଟ୍ ଲି, ଏମିତି ପ୍ରତିକ୍ରିୟା ଦେଲେ ଏସଆରଏଚ ଷ୍ଟାର୍ ବୋଲର

ନୂଆଦିଲ୍ଲୀ, ୦୭/୦୬: ସନରାଇଜର୍ସ ହାଇଦ୍ରାବାଦ ବୋଲର ଉମରାନ ମଲ୍ଲିକଙ୍କ ବୋଲିଂ ସମସ୍ତଙ୍କୁ ଆକୃଷ୍ଟ କରିଛି । ସେ ଆଇପିଏଲ-୨୦୨୨ରେ ଦମଦାର ବୋଲିଂ କରି ୧୪ ମ୍ୟାଚରୁ ୨୨ ଓ୍ୱିକେଟ୍ ନେଇଥିଲେ । ସେ ପୁରା ସିଜିନରେ ଘଣ୍ଟାପ୍ରତି ୧୫୦ କିମି ବେଗରେ ବୋଲିଂ କରିଥିଲେ ।

ଉମରାନଙ୍କ ବୋଲିଂକୁ ଫ୍ୟାନଙ୍କ ସହ କ୍ରିକେଟ ବିଶେଷଜ୍ଞ ମଧ୍ୟ ପ୍ରଶଂସା କରୁଛନ୍ତି । ପୂର୍ବତନ ଅଷ୍ଟ୍ରେଲିଆ ବୋଲର ବ୍ରେଟ୍ ଲି ଉମାରନଙ୍କୁ ପାକିସ୍ତାନ କ୍ରିକେଟର ଓ୍ୱକାର ୟୁନୁସଙ୍କ ସହ ତୁଳନା କରିଥିଲେ । ଏବେ ଉମରାନ ଏହାକୁ ନେଇ ନିଜର ପ୍ରତିକ୍ରିା ରଖିଛନ୍ତି ।

ଉମରାନ୍ କହିଛନ୍ତି ଯେ, ସେ କେବେ ବି ଓ୍ୱକାର ୟୁନୁସଙ୍କୁ ଅନୁକରଣ କରିନାହାଁନ୍ତି । ତାଙ୍କ ପାଖରେ ନାଚ୍ୟୁରାଲ ପ୍ରୋସେସ୍ ଅଛି । ତାଙ୍କ ଆଦର୍ଶ ଦେଉଛନ୍ତି ଜସପ୍ରିତ ବୁମରାହ, ମହମ୍ମଦ ସାମି ଓ ଭୁବନେଶ୍ୱର କୁମାର । ସେ ଆରମ୍ଭରେ ଏହି ଷ୍ଟାର ବୋଲରଙ୍କୁ ଫଲୋ କରୁଛନ୍ତି ।

ସେ ଆହୁରି କହିଛନ୍ତି ଯେ, ସେ ଦେଶ ପାଇଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି । ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ସୁଯୋଗ ମଳିଛି । ନିଜ ଦମରେ ସେ ଭାରତକୁ ମ୍ୟାଚ୍ ଜିତାଇବାକୁ ଚାହାଁନ୍ତି । ସେ ଆଇପିଏଲ ପରେ ଅଳ୍ପ ବ୍ୟସ୍ତ ଥିଲେ ମଧ୍ୟ ଅଭ୍ୟାସ କରିବାକୁ କେବେ ଭୁଲି ନଥିବା କହିଛନ୍ତି ।

ସୂଚନାଯୋଗ୍ୟ, ବ୍ରେଟ୍ ଲି ନିକଟରେ କହିଥିଲେ ଯେ, ସେ ଉମରାନଙ୍କ ବଡ ଫ୍ୟାନ୍ ଅଟନ୍ତି । ତାଙ୍କ ପାଖରେ ବ୍ୟାଟରଙ୍କୁ ଘାଇଲା କରିବାର ଦକ୍ଷତା ରହିଛି । ଉମାରନଙ୍କୁ ଦେଖିଲେ ଓ୍ୱକାର ୟୁନୁସଙ୍କ କଥା ମନେପଡେ । ସେ ମଧ୍ୟ ଉମରାନଙ୍କ ଭଳି ବୋଲିଂ କରୁଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ