ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପାକ୍‌ର ଚିନ୍ତା ବଢାଇଲା ଡ୍ରାଗନ୍ : ୨୫ ଚାଇନିଜ୍ କମ୍ପାନୀ କହିଲେ- ୩୦୦ ଅରବ ବକେୟା ପୈଠ କର, ନଚେତ୍ କାମ ବନ୍ଦ

ଇସଲାମାବାଦ ୩୧।୫: କୌଣସି ପରିସ୍ଥିତିରେ ପାକିସ୍ତାନର ସମସ୍ୟା କମିବାର ନାଁ ଧରୁନି । ସିପିଇସି ଆଧାରରେ ପାକିସ୍ତାନରେ କାମ କରୁଥିବା ପ୍ରାୟ ୨୫ ଚୀନ୍ କମ୍ପାନୀ ଏବେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି । କମ୍ପାନୀଗୁଡିକ କହିଛନ୍ତି ଯେ, ଯଦି ୩୦୦ ଅରବ ବକେୟା ପୈଠ କରାନଯାଏ ତେବେ ସେମାନେ ଚଳିତ ମାସରେ ପରିଚାଳନା ବନ୍ଦ କରିବାକୁ ବାଧ୍ୟ ହେବେ । କିଛି ଦିନ ପୂର୍ବେ ଯୋଜନା ଏବଂ ବିକାଶ ମନ୍ତ୍ରୀ ଅହସାନ ଇକବାଲଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଚୀନ୍ ଇଣ୍ଡିପେଣ୍ଡେଣ୍ଟ ପାଓ୍ବାର ପ୍ରୋଡ୍ୟୁସର୍ସ (ଆଇପିପି) ପକ୍ଷରୁ ଏ ନେଇ ଘୋଷଣା କରାଯାଇଥିଲା । ବୈଠକରେ ୩୦ରୁ ଅଧିକ ଚୀନ୍ କମ୍ପାନୀର ମୁଖ୍ୟ ସାମିଲ ଥିଲେ । ଏହି କମ୍ପାନୀ ଶକ୍ତି, ସଞ୍ଚାର, ରେଳବାଇ ଏବଂ ଅନ୍ୟ କ୍ଷେତ୍ର ସହ ଜଡିତ ଅଛନ୍ତି ।

ବୈଠକରେ ବିଦ୍ୟୁତ ଉତ୍ପାଦନ କମ୍ପାନୀଗୁଡିକ ୩୦୦ ଅରବ ପାକିସ୍ତାନୀ ଟଙ୍କା (୧୫,୯୫,୯୨୦,୮୦୦ ଆମେରିକୀୟ ଡଲାର) ବକେୟା ପୈଠ କରିବା ସମ୍ପର୍କରେ ଅନେକ ଅଭିଯୋଗ କରିଥିଲେ । ଏହା ବ୍ୟତୀତ ଚୀନ୍ ଅଧିକାରୀଙ୍କ ପାଇଁ ଜଟିଳ ଭିସା ପ୍ରକ୍ରିୟା ଏବଂ ଟ୍ୟାକ୍ସ ସହ ଜଡିତ ସମସ୍ୟାକୁ ମଧ୍ୟ ଚୀନ୍ କମ୍ପାନୀର ପଦାଧିକାରୀ ଉଠାଇଥିଲେ । ଏହି କମ୍ପାନୀ ମଧ୍ୟରୁ ୨୫ଟିର ପ୍ରତିନିଧି କହିଥିଲେ ବକେୟା ପୈଠ ବିନା ସେମାନେ ଅଧିକ ଦିନ କାମ କରିପାରିବେନାହିଁ ।

ଚୀନ୍ କମ୍ପାନୀ ଅନୁସାରେ, ପୂର୍ବରୁ ତ ଦେୟ ଠିକ୍ ସେ ପୈଠ ହେଉନଥିଲା । କରୋନା ଯୋଗୁଁ ତାଙ୍କ ଅବସ୍ଥା ମଧ୍ୟ ଠିକ୍ ନାହିଁ । ଏବେ ପାକିସ୍ତାନ ସରକାର ତାଙ୍କ ଉପରେ ଅତିରିକ୍ତ କର ଲଗାଉଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ତାଙ୍କ କାର୍ଯ୍ୟକାଳ ସମୟରେ ଯେତେବେଳେ ଶେଷ ଥର ଚୀନ୍ ଯାଇଥିଲେ ତୁରନ୍ତ ବକେୟା ପୈଠ କରିବାକୁ କହିଥିଲେ । କିନ୍ତୁ ଏହା ମଧ୍ୟ ହୋଇପାରିନାହିଁ ।

ଯୋଜନା ଏବଂ ବିକାଶ ମନ୍ତ୍ରୀ ଅହସାନ ଇକବାଲ ଚୀନ୍ କମ୍ପାନୀକୁ ଆଶ୍ବାସନା ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ପୂର୍ବରୁ ହିଁ ସ୍ଥିତି ଉପରେ ଧ୍ୟାନ ଦେଇଥିଲେ । ଅଧିକାରୀଙ୍କଠାରୁ ପୁରା ଘଟଣା ସମ୍ପର୍କରେ ସୂଚନା ଦେବା ଏବଂ ଶୀଘ୍ର ବକେୟା ପୈଠ କରିବାକୁ କହିଛନ୍ତି । ସେ କହିଥିଲେ ଯେ ସରକାର ଆର୍ଥିକ ସଙ୍କଟକୁ ଦୂର କରିବାରେ ଲାଗିଛନ୍ତି । ଖୁବ୍ ଶୀଘ୍ର କମ୍ପାନୀଗୁଡିକର ବକେୟା ପୈଠ କରାଯିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ