ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପାକିସ୍ତାନ ହିଂସା ଅଣାୟତ୍ତ: ଭାରତୀୟ ସେନା ସତର୍କ, ସୀମାରେ ହାଇଆଲର୍ଟ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନାଟକୀୟ ଢଙ୍ଗରେ ଗିରଫ କରାଯିବା ପରେ ପଡ଼ୋଶୀ ଦେଶରେ ବ୍ୟାପକ ହିଂସା ଉପୁଜିଛି। କିଛି ପାକିସ୍ତାନ ସେନା ଅଧିକାରୀ ଇମ୍ରାନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା ଖବର ପ୍ରଚାରିତ ହେବା ପରେ ଲକ୍ଷାଧିକ ଲୋକ ସେନା ବିରୋଧରେ ହିଂସାତ୍ମକ ବିକ୍ଷୋଭ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନର ହିଂସା ଘଟଣା ନେଇ ଭାରତର ପ୍ରତିରକ୍ଷା ବାହିନୀ ସତର୍କ ହୋଇଛି। ସେନା ବାହିନୀ    ପାକ୍‌ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ନିୟନ୍ତ୍ରଣ ରେଖା (ଏଲଓସି) ଏବଂ ଅନ୍ତର୍ଜାତୀୟ ସୀମାରେ   କଡ଼ା ନଜର ରଖାଯିବା ସହ ପାଟ୍ରୋଲିଂ ବଢ଼ାଇ ଦିଆଯାଇଛି।

ପାକିସ୍ତାନରେ ଆରମ୍ଭ ହୋଇଥିବା ହିଂସା ଏବେ ନିୟନ୍ତ୍ରଣ ବାହାରକୁ ଯାଇଥିବାରୁ ଆଭ୍ୟନ୍ତରୀଣ ପରିସ୍ଥିତିର ଚାପ ହ୍ରାସ କରିବା ପାଇଁ ପାକିସ୍ତାନ ସେନା ଏଲଓସିରେ କିଛି ସମସ୍ୟା ସୃଷ୍ଟି କରିପାରେ। ଭାରତୀୟ ସେନାକୁ ଦୋଷ ଦେଇ ପାକ୍ ସେନା ଏଭଳି କାର୍ଯ୍ୟ କରିପାରେ ବୋଲି ଆଶଙ୍କା ଉପୁଜିଛି। ସନ୍ଧା ସୁଦ୍ଧା ସୀମାରେ ପାକିସ୍ତାନ ସେନାର ଗତିବିଧିରେ କୌଣସି ପରିବର୍ତ୍ତନ ହୋଇନାହିଁ। କିନ୍ତୁ ବୁଧବାର ଏହି ଚିତ୍ର ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ପାକ୍‌ ସେନା ସହାୟତାରେ ବହୁ ସଂଖ୍ୟାରେ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ଛକି ରହିଥିବାରୁ ଏହାକୁ ପଣ୍ଡ କରିବା ପାଇଁ ଭାରତୀୟ ସେନା ହାଇଆଲର୍ଟରେ ରହିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ