ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପାକିସ୍ତାନ ସେନାର ନୂଆ ‘BOSS’, ବାଜଓ୍ୱାଙ୍କ ସ୍ଥାନ ନେବେ ମୁନିର

ନୂଆଦିଲ୍ଲୀ ୨୪।୧୧: ବାଜଓ୍ୱାଙ୍କ ସ୍ଥାନ ନେବେ ମୁନିର । ପାକିସ୍ତାନର ସେନା ମୁଖ୍ୟ ଜେନେରାଲ୍‌ ବାଜଓ୍ୱାଙ୍କ ସ୍ଥାନ ନେବେ ଜେନେରାଲ ଅସୀମ୍‌ ମୁନିର୍‌ । ପାକିସ୍ତାନ ସେନାର ସାଜିବେ ନୂଆ କମାଣ୍ଡର । ଏନେଇ ପ୍ରଧାନମନ୍ତ୍ରୀ ଶହବାଜ୍‌ ସରିଫ୍‌ ଘୋଷଣା କରିଛନ୍ତି ।

ତେବେ ପାକିସ୍ତାନର ସେନା ମୁଖ୍ୟ ରେସ୍‌ରେ ଅନେକ ନାମ ସାମିଲ ଥିଲା । କିନ୍ତୁ ପାକିସ୍ତାନ ସରକାରୀ ଜେନେରାଲ୍‌ ମୁନିରଙ୍କୁ ଏହି ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଇଛି । ଏହାପୂର୍ବରୁ ମୁନିର ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇରେ କାର୍ଯ୍ୟ କରୁଥିଲେ । ଏହି ସମୟରେ ତାଙ୍କ ନାଁରେ ଅନେକ ଅଭିଯୋଗ ସାମ୍ନାକୁ ଆସିଥିଲେ । କିନ୍ତୁ ତାପରେ ବି ପାକିସ୍ତାନ ସରକାର ତାଙ୍କୁ ନୂଆ ସେନାମୁଖ୍ୟ ଭାବେ ଦାୟିତ୍ୱ ଦେଇଛି ।

ତେବେ ଆସନ୍ତୁ ଜାଣିବ କିଏ ଏହି ଜେନେରାଲ ଅସୀମ ମୁନିର-

ଲେପ୍‌ଟାଣ୍ଡ ଜେନେରାଲ ଅସୀମ ମୁନିର ପାକିସ୍ତାନୀ ସେନାର ନୂଆ ବସ୍‌ । ସେ ସେନାର ସବୁଠାରୁ ବରିଷ୍ଠ ଅଧିକାରୀ । ପାକିସ୍ତାନ ଆର୍ମି ଚିପ୍‌ ବାଜଓ୍ୱାଙ୍କ ଅବସର ପରେ ଜେନେରାଲ ମୁନିରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ମୁନିର ୨୦୧୭ ମସିହାରେ ଡିଜି ମିଲିଟାରୀ ଇଣ୍ଟିଲେଜେନ୍ସି ରହିସାରିଛନ୍ତି । ଏହାପରେ ୨୦୧୮ରେ ୮ ମାସ ପାଇଁ ଆଇଏସ୍‌ଆଇର ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଥିଲା । ଏହି ସମୟରେ ଅନେକ ବଡ଼ ବଡ଼ ଘଟଣା ଘଟିଯାଇଛି । ଯାହାକୁ ନେଇ ଆଇଏସ୍‌ଆଇ ଇତିହାସରେ ଜଣେ ବଦ୍‌ନାମ ଅଫିସର ଭାବେ ଗଣାଯାଇଥାଏ ।

ସେପଟେ ଭାରତ ସହିତ ପାକିସ୍ତାନର କିପରି ରହିବ ସଂପର୍କ । ତାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ଉଠିଛି । ଗତକିଛି ବର୍ଷ ହେଲା ଭାରତ ସହିତ ପାକିସ୍ତାନର ସଂପର୍କ ସେତେଟା ଭଲ ନାହିଁ । ପ୍ରତିଦିନି କିଛି ନା କିଛି ଘଟଣାକୁ ନେଇ ଉଭୟ ଦେଶ ମୁହାଁମୁହିଁ ହେଉଛନ୍ତି । ଖାସ୍‌ କରି ଆତଙ୍କବାଦୀ ପ୍ରସଙ୍ଗରେ । ତେବେ ଦେଖାଯାଉ ଆଗକୁ ଭାରତ ସହି ପାକିସ୍ତାନ ସେନାର ସଂପର୍କ କିପରି ରହୁଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ