ଖେଳ ଦେଶ ବିଦେଶ

ପାକିସ୍ତାନ ନିୟନ୍ତ୍ରଣରେ କରା‌ଚୀ ଟେଷ୍ଟ୍‌, ରବାଦାଙ୍କୁ ୨୦୦ ୱିକେଟ୍‌

କରାଚୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେ‌ଷ୍ଟ୍‌ର ତୃତୀୟ ଦିନ ସୁଦ୍ଧା ପାକିସ୍ତାନ ପ୍ରଧାନ୍ୟ ବିସ୍ତାର କରିଛି। ଘରୋଇ ଦଳ ପ୍ରଥମ ପାଳିରେ ୧୫୮ ରନ୍‌ର ମହତ୍ତ୍ବପୂର୍ଣ୍ଣ ଅଗ୍ରଣୀ ନେବା ସହ ଦକ୍ଷିଣ ଆପ୍ରିକାର ଦ୍ବିତୀୟ ପାଳିକୁ ୧୮୭/୪ରେ ପହଞ୍ଚାଇ ଦେଇଛି। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ହାତରେ ୬ ୱିକେଟ୍ ଥାଇ ମାତ୍ର ୨୯ ରନ୍‌ରେ ଆଗୁଆ ହୋଇଥିବାରୁ ପରାଜୟ ଆଶଙ୍କା ଭିତରେ ରହିଛି।

ପାକିସ୍ତାନ ଗୁରୁବାର ସକାଳେ ୩୦୮/୮ରୁ ଖେଳିଥିଲେ ମଧ୍ୟ ଶେଷ ୨ ୱିକେଟ୍ ହରାଇବା ପୂର୍ବରୁ ମୂଲ୍ୟବାନ ୭୦ ରନ୍ ଯୋଡ଼ିନେଇଥିଲା। ନୌମାନ୍ ଅଲୀ (୨୪) ଓ ହାସନ୍ ଅଲୀ (୨୧)ଙ୍କ ସହ ମିଶି ୟାସିର୍‌ ସାହା (୩୮*, ୩୭ ବଲ୍‌) ଏହାର ଶ୍ରେୟ ନେଇଥିଲେ। ନୌମାନ ଓ ୟାସିର୍‌ ଶେଷ ୱିକେଟ୍ ପାଇଁ ୫୫ ରନ୍ ଯୋଡ଼ିବା ସବୁଠୁ ‌ଉଲ୍ଲେଖନୀୟ ଥିଲା। ହାସନ୍ ଅଲୀଙ୍କୁ ବୋଲ୍ଡ କରି କାଗିସୋ ରବାଦା ୨୦୦ ୱିକେଟ୍ କ୍ଲବ୍‌ରେ ନିଜକୁ ସାମିଲ କରିଥିଲେ। ଡେଲ୍ ଷ୍ଟେନ୍ ଏବଂ ଆଲାନ୍ ଡୋନାଲ୍ଡଙ୍କ ତୁଳନାରେ ସେ ୨୦୦ ୱିକେଟ୍ ପୂର୍ଣ୍ଣ କରିବାରେ ତୃତୀୟ ଦ୍ରୁତତମ ହୋଇଥିଲେ। ଷ୍ଟେନ୍‌ ୩୯ ଟେଷ୍ଟ, ଆଲାନ୍ ୪୨ ଟେଷ୍ଟ୍ ନେଇଥିବା ବେଳେ ରବାଦା ୪୪ ଟେଷ୍ଟ୍‌ରୁ ଏହି ମାଇଲଖୁଣ୍ଟ୍ ଛୁଇଁଛନ୍ତି। ପ୍ରଥମ ପାଳିରେ ୧୫୮ ପଛୁଆ ଥାଇ ଦ୍ବିତୀୟ ପାଳି ଖେଳିଥିବା ଦକ୍ଷିଣ ଆଫ୍ରିକା ପାଇଁ ମର୍କରାମ ଏବଂ ଏଲଗାର ପ୍ରଥମ ୱିକେଟ୍‌ରେ ୪୮ ରନ୍ ଉଠାଇଥିଲେ। ଏହା ପରେ ମର୍କରାମ ଏବଂ ରାଶି ଭ‌ାନ୍ ଡେର୍‌ ଦସେନ୍‌ ଦ୍ବିତୀୟ ୱିକେଟ୍ ପାଇଁ ୧୨୭ ରନ୍‌ ଯୋଡ଼ି ଦଳକୁ ଦୃଢ଼ ସ୍ଥିତି ଆଡକୁ ନେଉଥିବା ବେଳେ ୟାସିର୍‌ ସାହାଙ୍କ ଡବଲ୍ ଝଟକା କାରଣରୁ ଭ୍ରମଣକାରୀ ଦଳ ଅଡୁଆରେ ପଡ଼ିଛି। ୟାସିର୍‌ ଏଲଗାରଙ୍କ ସହିତ ଦସେନ୍‌ ଓ ଫାପ୍ ଡୁ ପ୍ଲେସିସ୍‌ଙ୍କୁ ଆଉଟ୍ କରି ଅଲରାଉଣ୍ଡ୍ ଦକ୍ଷତା ଦେଖାଇଛନ୍ତି।

ସଂକ୍ଷିପ୍ତ ସ୍କୋର୍‌: ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୨୨୦ (ଡିନ୍‌ ଏଲ୍‌ଗର-୫୮, ସାହିନ୍ ଆଫ୍ରିଦି-୨/୪୯, ନୌମନ ଅଲ୍ଲୀ-୨/୩୮, ୟାସିର ସାହା-୩/୫୪)। ପାକିସ୍ତାନ ପ୍ରଥମ ପାଳି: ୩୭୮(ଫୱାଦ ଆଲାମ୍‌-୧୦୯, ଫହିମ ଅସ୍ରଫ୍‌-୬୪, ଆଝାର ଅଲ୍ଲୀ-୫୧, ୟସିର୍ ସାହା-୩୮*, ନୌମନ ଅଲ୍ଲୀ-୨୪, କେଶବ ମହାରାଜ-୩/୯୦, କାଗିସୋ ରବାଦା-୩/୭୦, ଲୁଙ୍ଗି ଏନ୍‌ଗିଡ଼ି-୨/୫୭, ଅନ୍‌ରିକ୍‌ ନର୍ଖିୟା‌-୨/୧୦୫)। ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳି: ୭୫ ଓଭରରେ ୧୮୭/୪ (ଏଦୈନ ମର୍କରାମ-୭୪, ରାଶି ଭାନ୍ ଡେର୍‌ ଦସେନ୍‌-୬୪, ୟାସିର୍ ସାହା-୩/୫୩, ନୌମନ ଅଲୀ-୧/୨୭)।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ