ଅପରାଧ ଦେଶ ବିଦେଶ

ପାକିସ୍ତାନୀ ସୁନ୍ଦରୀ ଜାଲରେ ଇଣ୍ଡିଆନ ଆର୍ମି ଅଫିସର; ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍‌ ଅଭିଯୋଗରେ ଗିରଫ ଯବାନ

ରାୟପୁର: ପାକିସ୍ତାନୀ ସୁନ୍ଦରୀ ଜାଲରେ ଇଣ୍ଡିଆନ ଆର୍ମି ଅଫିସର। ହନିଟ୍ରାଫ୍‌ରେ ଫସି ଲିକ୍ କରୁଥିଲେ ଦେଶର ସୁରକ୍ଷା କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଶେଷରେ ରାଜସ୍ଥାନ ପୁଲିସ ହାତରେ ଧରାପଡ଼ି ଜେଲ୍ ଯାଇଛନ୍ତି ସେନାରେ ଥିବା ପ୍ରଦୀପ କୁମାର। ରାଜସ୍ଥାନ ପୁଲିସ ଏହି ସୂଚନା ଦେଇଛି।
ରାଜସ୍ଥାନ ପୁଲିସ ଇଣ୍ଟେଲିଜେନ୍ସ ଡିଜି ଉମେଶ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି” ରାଜସ୍ଥାନ ପୁଲିସ ଯୋଧପୁରର ଗୁରୁତ୍ୱପୂର୍ଣ୍ଣ ରେଜିମେଣ୍ଟରେ ନିଯୁକ୍ତ ଥିବା ଜଣେ ସେନା ଯବାନଙ୍କୁ ଗିରଫ କରିଛି। ପାକିସ୍ତାନୀ ଗୋଇନ୍ଦା ବିଭାଗରେ କାମ କରୁଥିବା ମହିଳାଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।”

ଗିରଫ ଯବାନ ସୋସିଆଲ୍ ମିଡିଆରେ ପାକିସ୍ତାନୀ ମହିଳାଙ୍କ ସହ ନିୟମିତ ସମ୍ପର୍କରେ ଥିଲେ। ଦେଶର ରଣନୀତି କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଶେୟାର କରୁଥିଲେ। ପାଖାପାଖି ୭ ମାସ ତଳେ ମହିଳାଙ୍କ ପାଖରୁ କଲ୍ ଆସିଥିଲା। ଏହି ଫୋନ୍ କଲ୍‌ରୁ ଦୁହିଁଙ୍କ ସମ୍ପର୍କର ବଢ଼ିଥିଲା। ଏହାପରେ ଉଭୟେ ସୋସିଆଲ୍ ମିଡିଆରେ ଚାଟ୍ ଆରମ୍ଭ କରିଥିଲେ।

ମହିଳା ନିଜକୁ ଗ୍ୱାଲିୟର ମଧ୍ୟପ୍ରଦେଶର ବୋଲି କହିଥିଲେ। ଏହି ମହିଳା ବାହା ହେବାକୁ ପ୍ରତିଶ୍ରୁତି ଦେଇ ଭାରତୀୟ ସେନା ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମାଗିଥିଲେ। ସେନା ଯବାନ ମଧ୍ୟ ଆର୍ମି ଅଫିସ୍‌ରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଫଟୋ ଶେୟାର ମହିଳାଙ୍କୁ ଦେଇଥିଲେ। ସେନା ଯବାନଙ୍କ ବିରୋଧରେ ଅଫିସିଆଲ୍‌ ସିକ୍ରେଟ ଆକ୍ଟ ୧୯୨୩ ଅଧିନରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ