ମନୋରଞ୍ଜନ

ପାକିସ୍ତାନୀ ଟିଭି ଅଭିନେତ୍ରୀ ନୈଲା ଜାଫ୍ରିଙ୍କ ପରଲୋକ, ୬ ବର୍ଷ ଧରି କ୍ୟାନ୍ସରରେ ଥିଲେ ପିଡିତ

ନୂଆଦିଲ୍ଲୀ ୨୦/୦୭: ଦୀର୍ଘ ଦିନର ଅସୁସ୍ଥତା ପରେ ପାକିସ୍ତାନୀ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ନୈଲା ଜାଫ୍ରିଙ୍କ ଦେହାନ୍ତ ହୋଇଛି। ଏହି ଭେଟେରାନ୍ ଅଭିନେତ୍ରୀ ବିଗତ ୬ବର୍ଷ ଧରି କ୍ୟାନ୍ସର ରୋଗ ସହ ସଂଘର୍ଷ କରୁଥିଲେ। ଟିଭି ସିରିଏଲ୍ ‘ଆ ମୁଝ କୋ ସତନା’, ‘ଦେଶୀ ଗର୍ଲ’ ଏବଂ ‘ଥୋଡି ସି ଖୁସିୟାଁ’ରେ ତାଙ୍କର ଭୂମିକା ପାଇଁ ସେ ବେଶ୍ ଜଣାଶୁଣା ଥିଲେ।

ନିକଟରେ ଡାକ୍ତରଖାନା ଶଯ୍ୟାରୁ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତାଙ୍କ ଭିଡିଓ ପରେ ସିନ୍ଧର ସାଂସ୍କୃତିକ ମନ୍ତ୍ରୀ ସର୍ଦ୍ଦାର ଶାହା ତାଙ୍କ ଚିକିତ୍ସାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଥିଲେ । ନୈଲା ଜାଫ୍ରିଙ୍କ ମୃତ୍ୟୁ ଖବର ଶୁଣିବା ପରେ ସମଗ୍ର ପାକିସ୍ତାନୀ ମନୋରଞ୍ଜନ ଜଗତରେ ଶୋକର ଲହରୀ ଖେଳିଯାଇଛି।

ଅତୀତରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓକୁ ଫିଲ୍ମ ନିର୍ମାତା ଫୁରକାନ୍ ଟି ସିଦ୍ଦିକି ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ। ସେ ଲେଖିଥିଲେ, ‘ମୋର ପ୍ରିୟ ବନ୍ଧୁ ତଥା ଜଣେ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ନୈଲା ଜାଫ୍ରି ଗତ ୬ ବର୍ଷ ଧରି କର୍କଟ ରୋଗ ସହ ଲଢୁଛନ୍ତି । କିନ୍ତୁ ଏହି ଲଢେଇ ତାଙ୍କୁ ବହୁତ ମହଙ୍ଗା ପଡୁଛି । ଏହି ଭିଡିଓ ମାଧ୍ୟମରେ ସେ ସାହାଯ୍ୟ ପାଇଁ ଅନୁରୋଧ କରୁଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ