ଦେଶ ବିଦେଶ ମନୋରଞ୍ଜନ

ପାକିସ୍ତାନୀ ଗାୟିକା ମିଶା ଶାଫିଙ୍କୁ ୩ ବର୍ଷ ଜେଲ: ମିଛ ଅଭିଯୋଗ କରି ଫସିଲେ, ଅଲି ଜାଫରଙ୍କ ବିରୋଧରେ ଆଣିଥିଲେ ଯୌନ ଶୋଷଣ ଅଭିଯୋଗ

ନୂଆଦିଲ୍ଲୀ ୧୫/୦୩ : ୨୦୧୮ #MeToo, ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ମହିଳାମାନେ ତାଙ୍କ ସହ ହୋଇଥିବ ଯୌନ ଶୋଷଣ ମାମଲା ଦୁନିଆ ସାମ୍ନାକୁ ଆଣିଥିଲେ। ଏହି ହ୍ୟାସ୍ ଟ୍ୟାଗ ସହ ଅନେକ ନାମୀ ହସ୍ତୀ ମଧ୍ୟ ଜଡିତ ହୋଇ ଖୁଲାସା କରିଥିଲେ। ହଲିଉଡ଼ରୁ ଆରମ୍ଭ ହୋଇଥିବ ଏହି ଅଭିଯାନ ପାକିସ୍ତାନୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ବି ପହଞ୍ଚିଥିଲା। ପାକିସ୍ତାନୀ ଗାୟିକା ତଥା ଅଭିନେତ୍ରୀ ମିଶା ଶାଫି ବଲିଉଡରେ କାମ କରିଥିବା ଅଭିନେତା ତଥା ଗାୟକ ଅଲି ଜାଫରଙ୍କ ବିରୋଧରେ ଅସଦାଚରଣ ଆରୋପ ଲଗାଇଥିଲେ। ଏହା ସହ ଖରାପ ଉଦ୍ଦେଶ୍ୟରେ ଷ୍ଟୁଡିଓରେ ତାଙ୍କୁ ଧରିଥିବା ଆରୋପ ମଧ୍ୟ ଲଗାଇଥିଲେ।

୨ ବର୍ଷ ପୂର୍ବରୁ ମିଶା ଶାଫି ଅଲି ଜାଫରଙ୍କ ବିରୋଧରେ ଆରୋପ ଲଗାଇଥିଲେ। ଏହାପରେ ମିଶା ଶାଫି ଅଲି ଜାଫରଙ୍କ ବିରୋଧରେ ଅନଲାଇନ କ୍ୟାମ୍ପେନ ମଧ୍ୟ ଚଲାଇଥିଲେ। ଏହି ମାମଲାରେ ଗତ ବର୍ଷ ସେପ୍ଟେମ୍ବରରେ ମିଶାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା। ଏହି ମାମଲାରେ ମିଶାଙ୍କୁ ୩ ବର୍ଷ ଜେଲ କାରାଦଣ୍ଡ ମିଳିଛି।

ସୂଚନା ଅନୁଯାୟୀ, ମିଶା ଶାଫିଙ୍କ ଅଭିଯୋଗକୁ ଅଲି ଜାଫର ଖାରଜ କରି ତାଙ୍କ ବିରୋଧରେ ମାନହାନି ମାମଲା ରୁଜ୍ଜୁ କରିଥିଲେ। ମିଶା ଜାଫରଙ୍କ ବିରୋଧରେ ଲଗାଇଥିବା ଆରୋପ ଅଦାଲତରେ ପ୍ରମାଣ କରିପାରିନଥିଲେ। ଅଦାଲତ ଏହି ମାମଲାରେ ଫଇସଲା ଶୁଣାଇ ଜାଫରଙ୍କ ପ୍ରତିଷ୍ଠା ଖରାପ କରିବା ପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ