ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ

ପାକିସ୍ତାନରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ପରେ ନିଆଁ ଲଗାଇଦେଲେ : ଘଟଣାକୁ ଦୃଢ ନିନ୍ଦା କଲେ ପାକ୍ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୩୧/୧୨ : ପାକିସ୍ତାନର କରକ ଜିଲ୍ଲାରେ ଗୋଟିଏ ହିନ୍ଦୁ ମନ୍ଦିରରେ ନିଆଁ ଲଗାଇବା ସହ ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି । ଏହାକୁ ନେଇ ଇମ୍ରାନ ଖାନ ସରକାର ଦୃଢ ସମାଲୋଚନାର ଶିକାର ହୋଇଛି । ଇମ୍ରାନ ଖାନ ଭାରତରେ ସଂଖ୍ୟାଲଘୁ ଲୋକଙ୍କୁ ନେଇ ମୋଦି ସରକାରଙ୍କୁ ବାରମ୍ବାର ସମାଲୋଚନା କରନ୍ତି ଏବଂ ସେପଟେ ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କୁ ସୁରକ୍ଷା ଦେବା କଥା କୁହନ୍ତି । କିନ୍ତୁ ଏବେ ପାକିସ୍ତାନରେ ସଂଖ୍ୟାଲଘୁମାନେ ଅସୁରକ୍ଷିତ ମନେ କରୁଛନ୍ତି । ସେମାନଙ୍କୁ ଟାର୍ଗେଟ କରାଯାଉଛି ।

ମନ୍ଦିରରେ ନିଆଁ ଲଗାଯିବା ଏବଂ ଭଙ୍ଗାରୁଜା କରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନର ଏକ ଖବର କାଗଜ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୨୬ ଜଣଙ୍କୁ ଗିରଫ କରାଗଲାଣି । ପ୍ରାୟ ୩୫୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଯେଉଁଥିରେ ଜମୀୟତ୍‌-ଇ-ଇସଲାମର ସଂଗଠନର ସ୍ଥାନୀୟ ନେତା ରେହମତ ଖଟକ ମଧ୍ୟ ଅଛି ।

ପୂରା ଘଟଣାରେ ପାକିସ୍ତାନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଗୁଲଜାର ଅହମ୍ମଦ ଗୁରୁବାର କହିଛନ୍ତି ଯେ, ନୋଟିସ ଦିଆଯାଇଛି । ଏହି ଘଟଣାରେ ଆସନ୍ତା ୫ ଜାନୁୟାରୀରେ ଶୁଣାଣି ହେବ । ଏହା ସହ ମୁଖ୍ୟ ବିଚାପତି, ପାକିସ୍ତାନ ହିନ୍ଦୁ କାଉନସିଲର ପ୍ରମୁଖ ରମେଶ କୁମାରଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା କାଳରେ ରମେଶ କୁମାର ସିଜିପିଙ୍କୁ ପୁରା ଘଟଣା ବାବଦରେ ଅବଗତ କରାଇଥିଲେ । ଏହାକୁ ଦୃଢ ନିନ୍ଦା ମଧ୍ୟ କରିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ।

ପାକିସ୍ତାନର ଅନେକ ମନ୍ତ୍ରୀ ମଧ୍ୟ ଏହାର ଦୃଢ ନିନ୍ଦା କରିଛନ୍ତି । ଭାରତରେ ମୋଦି ସରକାରଙ୍କୁ କଡା ସମାଲୋଚନା କରୁଥିବା ପାକିସ୍ତାନର ବିଜ୍ଞାନ ଏବଂକୌଶଳ ମନ୍ତ୍ରୀ ଚୌଧୁରୀ ଫଓ୍ବାଦ ହୁସେନ ମଧ୍ୟ ଏହି ଘଟଣାର ଦୃଢ ନିନ୍ଦା କରିଛନ୍ତି । ସେ ଟ୍ବିଟ୍ କରି କହିଛନ୍ତି ଯେ, ‘ କରକରେ ହିନ୍ଦୁ ମନ୍ଦିରରେ ନିଆଁ ଲଗାଇବା ହୀନମାନସିକତାର ପରିଚୟ ଦେଉଛି । ଦେଶର ସେନା କେବଳ ଆତଙ୍କବାଦ ବିରୋଧରେ ଲଢୁଛି କିନ୍ତୁ ଜାତିବାଦ ବିରୋଧରେ ଲଢିବାର କାମ ସିଭିଲ ସୋସାଇଟିର’ । ତେବେ ଆଗକୁ ପାକିସ୍ତାନରେ ଏହି ଘଟଣା କେଉଁ ମୋଡ ନେଉଛି ତାହା ଦେଖିବା ବାକି ରହିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ