କଳା ଓ ସଂସ୍କୃତି ଧର୍ମ

ପାକିସ୍ତାନରେ ହିନ୍ଦୁ ମନ୍ଦିର ! ମାଟି ଖୋଳୁ ଖୋଳୁ ବାହାରିଲା ୧୩ ଶହ ଖ୍ରୀଷ୍ଟାବ୍ଦର ବିରାଟ ବିଷ୍ଣୁ ମନ୍ଦିର

ନୂଆଦିଲ୍ଲୀ ୨୧/୧୧ : ପାକିସ୍ତାନରେ ହିନ୍ଦୁ ମନ୍ଦିର । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ଉତ୍ତର-ପଶ୍ଚିମ ପାକିସ୍ତାନର ସ୍ବାଟ୍ ଜିଲ୍ଲାର ବାରିକୋଟ ଅଞ୍ଚଳରେ ଏକ ପାହାଡ ଖୋଳା ଯାଉଥିବା ସମୟରେ ହିନ୍ଦୁ ମନ୍ଦିର ଆବିଷ୍କାର ହୋଇଥିବା ସୂଚନା ମିଳିଛି । ତେବେ ଏହି ମନ୍ଦିରଟି ୧୩ ଶହ ଖ୍ରୀଷ୍ଟାବ୍ଦର ବୋଲି ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ପାକିସ୍ତାନର ସ୍ବାର୍ଟ ଜିଲ୍ଲାର ବାରିକୋଟ ଘୁଣ୍ଡାଇ ଅଞ୍ଚଳରେ ଏକ ପାହାଡ ଖୋଳାଯାଉଥିବା ସମୟରେ ୧୩ ଶହ ଖ୍ରୀଷ୍ଟାବ୍ଦର ଏହି ହିନ୍ଦୁ ମନ୍ଦିରକୁ ଆବିଷ୍କାର କରାଯାଇଛି । ଏହାକୁ ପାକିସ୍ତାନୀ ଏବଂ ଇଟାଲିୟାନ ଆର୍ଚିଓଲୋଜିକାଲ ଏକ୍ସପର୍ଟଙ୍କ ଦ୍ବାରା ଆବିଷ୍କାର କରାଯାଇଛି । ପାକିସ୍ତାନର ଖ୍ୟାଇବର ପଖତୁନଖ୍ବା ଆର୍ଚିଓଲୋଜି ବିଭାଗର ଅଧିକାରୀ ଫଜଲେ ଖାଲିକ୍ କହିଛନ୍ତି ଆବିଷ୍କୃତ ହୋଇଥିବା ମନ୍ଦିରଟି ହେଉଛି ଭଗବାନ ବିଷ୍ଣୁଙ୍କର । ଏହା ୧୩ ଶହ ଖ୍ରାଷ୍ଟାବ୍ଦରେ ହିନ୍ଦୁ ସାହିମାନଙ୍କ ଦ୍ବାରା ନିର୍ମାଣ କରାଯାଇଥିଲା ।

ଏକ୍ସପର୍ଟମାନେ, ଖୋଳାଯାଇଥିବା ସ୍ଥାନରୁ ଏକ ପାଣି କୁଣ୍ଡ ମଧ୍ୟ ପାଇଛନ୍ତି ଯାହାକି ହିନ୍ଦୁମାନେ ଗାଧୋଇବା ପାଇଁ ବ୍ୟବହାର କରୁଥିବା କହିଛନ୍ତି । ତେବେ ପ୍ରଥମ ଥର ପାଇଁ ସେହି ଅଞ୍ଚଳରେ ଏଭଳି ଚମତ୍କାର ଘଟିଥିବା କହିଛନ୍ତି ଏକ୍ସପର୍ଟ । ଇଟାଲୀୟାନ ଆର୍ଚିଓଲୋଜିକାଲ ମିଶନର ମୁଖ୍ୟ ଡଃ ଲୁକ୍କା କହିଛନ୍ତି ଯେ, ପ୍ରଥମ ଥର ଘାନାଧରା ସଭ୍ୟତାର ମନ୍ଦିର ସ୍ବାଟ୍ ଜିଲ୍ଲାରେ ଆବିଷ୍କାର କରାଯାଇଛି । ସ୍ବାଟ ଜିଲ୍ଲା ହେଉଛି ପାକିସ୍ତାନର ଟପ ୨୦ ଜିଲ୍ଲା ମଧ୍ୟରୁ ଗୋଟିଏ ଯେଉଁଠାରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ