ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପାକିସ୍ତାନରେ ଶିଶୁ ଯୌନ ନିର୍ଯାତନା ଚରମରେ

ଇସଲାମାବାଦ: ପାକିସ୍ତାନରେ ଏବେ ଶିଶୁ ନିର୍ଯାତନା ମାମଲାରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳୁଛି। ଅଧିକାଂଶ ମାମଲା ଶିଶୁ ଯୌନ ଉତ୍ପୀଡ଼ନ ସଂକ୍ରାନ୍ତ ହୋଇଥିବାରୁ ଏହାକୁ ନେଇ ବିଭିନ୍ନ ମହଲ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପ୍ରତିବର୍ଷ ହଜାର ହଜାର ଶିଶୁ ଦୁର୍ବ୍ୟବହାର, ହିଂସା ଏବଂ ମୃତ୍ୟୁର ସମ୍ମୁଖୀନ ହେଉଥିବାରୁ ଏ ଦିଗରେ ଶିଶୁ ସୁରକ୍ଷା ସଂଗଠନର ଭୂମିକା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନେକ ମଦ୍ରାସାରେ ଶିଶୁ ଯୌନ ନିର୍ଯାତନା ମାମଲା ଏବଂ ଶିଶୁଙ୍କ କ୍ଷେତ୍ରରେ ଜଘନ୍ୟ ଅପରାଧ ବଢ଼ିଚାଲିଛି। ଘୋର ଆର୍ଥିକ ସଙ୍କଟ, ଉଗ୍ର ଧର୍ମାନ୍ଧତା ଏବଂ ଆତଙ୍କବାଦୀଙ୍କ ପ୍ରଭାବ ବିସ୍ତାର ପାକିସ୍ତାନକୁ ଏବେ ଶୋଚନୀୟ ସ୍ଥିତିକୁ ନେଇଯାଇଥିବା ବେଳେ ଶିଶୁ ଅଧିକାରର ସୁରକ୍ଷା ପାଇଁ ସରକାର ବିଶେଷ ଆଗ୍ରହ ଦେଖାଉନାହାନ୍ତି। ୨୦୨୨ର ଏକ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ୪୨୫୩ ଶିଶୁ ନିର୍ଯାତନା ମାମଲା ରିପୋର୍ଟ ହୋଇଥିଲା।ଏଥିରୁ ଅଧା ଶିଶୁ ଯୌନ ଶୋଷଣର ଶିକାର ହୋଇଥିଲେ।

ଏହି ସଂଖ୍ୟା ଗଣମାଧ୍ୟମ ରିପୋର୍ଟ ଉପରେ ଆଧାରିତ ଏବଂ ପ୍ରକୃତ ସଂଖ୍ୟା ବହୁତ ଅଧିକ ହୋଇପାରେ। ପାକିସ୍ତାନରେ ଶିଶୁ ଯୌନ ଅପରାଧୀମାନେ ଖୁବ୍‌ କମ୍‌ ପରିମାଣରେ ଦଣ୍ଡିତ ହେଉଥିବା ବେଳେ ଅନେକ କ୍ଷେତ୍ରରେ ମଦ୍ରାସାଗୁଡ଼ିକରେ ନିର୍ଯାତନା ମାମଲାକୁ ଆହୁରି ଜଟିଳ କରିଦେଉଛି।ଏହି ସଂସ୍ଥାଗୁଡ଼ିକରେ ଅଧ୍ୟୟନ କରୁଥିବା ଲକ୍ଷାଧିକ ଗରିବ, ଅସହାୟ ପିଲାଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା ନାହିଁ। ନିରୀହ ପିଲାମାନଙ୍କୁ ନ୍ୟାୟ ଦେବାପାଇଁ ଅଦାଲତଗୁଡ଼ିକ ମଧ୍ୟ ଯେଭଳି ତତ୍ପରତା ଦେଖାଇବା କଥା ତାହା ଦେଖାଉନଥିବା ଅଭିଯୋଗ ହୋଇଛି। ପାକିସ୍ତାନର ଜାତୀୟ ଓ ପ୍ରାଦେଶିକ ସରକାରମାନେ ଶିଶୁଙ୍କ ଉପରେ ଅଚ୍ୟାଚାର ରୋକିବା ପାଇଁ କୌଣସି କଠୋର ଆଇନ ବ୍ୟବସ୍ଥା ମଧ୍ୟ ଲାଗୁ କରୁନଥିବାରୁ ସ୍ଥିତି ଜଟିଳ ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ