ଇସଲାମାବାଦ: ଗତକାଲି ପାକିସ୍ତାନରେ ଲଗାଣ ବର୍ଷାଯୋଗୁଁ ଅଚାନକ ଆସିଥିବା ବନ୍ୟାରେ ୨୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ବାସଗୃହ ଭାସିଯାଇଛି। ବର୍ଷା ବିତ୍ପାତ ଯୋଗୁଁ ୫୦ରୁ ଅଧିକ ନିଖୋଜ ଅଛନ୍ତି। ଆଫଗାନିସ୍ତାନ ସୀମାର ଖାଇବର ପଖତୁନଖ୍ବାରେ ସର୍ବାଧିକ ୨୩ଜଣଙ୍କ ମୃତ୍ୟ ଘଟିଥିବା ଜଣାଯାଇଛି। ୧୦ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପାକିସ୍ତାନ ଓ ଚୀନକୁ ସଂଯୋଗ କରୁଥିବା କାରାକୋରମ୍ ଜାତୀୟ ରାଜପଥରୁ ଆଜି ରାତି ସୁଦ୍ଧା ବନ୍ୟ ଜଳ ହ୍ରାସ ପାଇନାହିଁ। ପାକିସ୍ତାନ ସରକାରଙ୍କ ପରିବେଶ ମନ୍ତ୍ରୀ ସେରୀ ରେହେମାନଙ୍କ ସୂଚନାନୁସାରେ, ଗତ ଏକ ସପ୍ତାହ ଧରି ପାକିସ୍ତାନରେ ବର୍ଷା ବିତ୍ପାତ ଜାରି ରହିଛି। ଏହାଦ୍ବାର ୩୦ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି ୧ ଲକ୍ଷ ୮୪ ହଜାର ଲୋକ ବାସହରା ହୋଇଛନ୍ତି। ଦକ୍ଷିଣ ସିନ୍ଧ, ବେଲୁଚିସ୍ତାନ, ପାକିସ୍ତାନ ନିୟନ୍ତ୍ରିତ କାଶ୍ମୀର ଆଦି ଅଞ୍ଚଳରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏହା ପରିବେଶ ପରିବର୍ତନ ଜନିତ ଦୁର୍ଦ୍ଦଶା ଓ ସହାୟତା ପାଇଁ ମିଳିତ ଜାତିସଂଘକୁ ଅନୁରୋଧ କରାଯାଇଛି। ପାକିସ୍ତାନର ଏନ୍ଡିଏମ୍ଏ ପକ୍ଷରୁ କୁହାଯାଇଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ଯୋଗୁଁ ୧୫୦ କିମି ଦୀର୍ଘ ରାସ୍ତା ନଷ୍ଟ ହୋଇଯାଇଛି। ପ୍ରାୟ ୮୨ ହଜାର ଘର ଆଂଶିକ ଓ ସଂପୂର୍ଣ୍ଣ ଭାବେ ଧ୍ବଂସ ହୋଇଯାଇଛି। ଆଫ୍ଗାନିସ୍ତାନରେ ମଧ୍ୟ ବିର୍ଷା ବିପର୍ଯ୍ୟୟ ୨୦ରୁ ଅଧିକ ଲୋକଙ୍କ ଜୀବନ ନେଇଛି।
Trending
- ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଜାରି
- ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ଭଙ୍ଗା, କାରଣ ଅସ୍ପଷ୍ଟ
- ଟ୍ରାଫିକ ପୋଷ୍ଟରୁ ହଟିବ ରେଡ୍ ଲାଇଟ଼: ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
- ଚାଟ ଖାଇବା ପରେ ପ୍ରସ୍ତୁତି ପ୍ରଣାଳୀ ପଚାରି ବୁଝିଲେ ନୀତା
- ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଆରମ୍ଭ
- ବାଚସ୍ପତି କେ. ସୁରେଶଙ୍କ ନାମାଙ୍କନ ଉପରେ ହସ୍ତାକ୍ଷର କଲେନି ଟିଏମସିର କୌଣସି ସାଂସଦ
- ଗୁଣିଆକୁ ଭରସା କରି ଚାଲିଗଲା ଅମୂଲ୍ୟ ଜୀବନ
- ବାଚସ୍ପତି ପଦ ପାଇଁ ଏନ୍ଡିଏରୁ ଓମ୍ ବିର୍ଲା ଓ ବିରୋଧୀ ପକ୍ଷରୁ କେ ସୁରେଶ
Wednesday, June 26