ଦେଶ ବିଦେଶ

ପାକିସ୍ତାନରେ ବର୍ଷା ବିତ୍ପାତ ୨୯ ମୃତ, ଭାସିଗଲା ଶତାଧିକ ଗୃହ

ଇସଲାମାବାଦ: ଗତକାଲି ପାକିସ୍ତାନରେ ଲଗାଣ ବର୍ଷାଯୋଗୁଁ ଅଚାନକ ଆସିଥିବା ବନ୍ୟାରେ ୨୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ବାସଗୃହ ଭାସିଯାଇଛି। ବର୍ଷା ବିତ୍ପାତ ଯୋଗୁଁ ୫୦ରୁ ଅଧିକ ନିଖୋଜ ଅଛନ୍ତି। ଆଫଗାନିସ୍ତାନ ସୀମାର ଖାଇବର ପଖତୁନଖ୍ବାରେ ସର୍ବାଧିକ ୨୩ଜଣଙ୍କ ମୃତ୍ୟ ଘଟିଥିବା ଜଣାଯାଇଛି। ୧୦ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପାକିସ୍ତାନ ଓ ଚୀନକୁ ସଂଯୋଗ କରୁଥିବା କାରାକୋରମ୍‌ ଜାତୀୟ ରାଜପଥରୁ ଆଜି ରାତି ସୁଦ୍ଧା ବନ୍ୟ ଜଳ ହ୍ରାସ ପାଇନାହିଁ। ପାକିସ୍ତାନ ସରକାରଙ୍କ ପରିବେଶ ମନ୍ତ୍ରୀ ସେରୀ ରେହେମାନଙ୍କ ସୂଚନାନୁସାରେ, ଗତ ଏକ ସପ୍ତାହ ଧରି ପାକିସ୍ତାନରେ ବର୍ଷା ବିତ୍ପାତ ଜାରି ରହିଛି। ଏହାଦ୍ବାର ୩୦ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି ୧ ଲକ୍ଷ ୮୪ ହଜାର ଲୋକ ବାସହରା ହୋଇଛନ୍ତି। ଦକ୍ଷିଣ ସିନ୍ଧ, ବେଲୁଚିସ୍ତାନ, ପାକିସ୍ତାନ ନିୟନ୍ତ୍ରିତ କାଶ୍ମୀର ଆଦି ଅଞ୍ଚଳରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏହା ପରିବେଶ ପରିବର୍ତନ ଜନିତ ଦୁର୍ଦ୍ଦଶା ଓ ସହାୟତା ପାଇଁ ମିଳିତ ଜାତିସଂଘକୁ ଅନୁରୋଧ କରାଯାଇଛି। ପାକିସ୍ତାନର ଏନ୍‌ଡିଏମ୍‌ଏ ପକ୍ଷରୁ କୁହାଯାଇଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ଯୋଗୁଁ ୧୫୦ କିମି ଦୀର୍ଘ ରାସ୍ତା ନଷ୍ଟ ହୋଇଯାଇଛି। ପ୍ରାୟ ୮୨ ହଜାର ଘର ଆଂଶିକ ଓ ସଂପୂର୍ଣ୍ଣ ଭାବେ ଧ୍ବଂସ ହୋଇଯାଇଛି। ଆଫ୍‌ଗାନିସ୍ତାନରେ ମଧ୍ୟ ବିର୍ଷା ବିପର୍ଯ୍ୟୟ ୨୦ରୁ ଅଧିକ ଲୋକଙ୍କ ଜୀବନ ନେଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ