ରାଜ୍ୟ ସ୍ପେଶାଲ ରିପୋର୍ଟ

ପାକିସ୍ତାନକୁ ସାଉଦି ଆରବର କଡ଼ା ବାର୍ତ୍ତା: ହଜ୍ ଯାତ୍ରା ନାଁରେ ଭିକାରି, ପକେଟମାରୁଙ୍କୁ ପଠାଅ ନାହିଁ

ରିଆଦ: ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନକୁ ଏକ ବଡ଼ ଅପମାନ ଦେଇଛି ସାଉଦି ଆରବ। ମୁସଲମାନଙ୍କ ବାର୍ଷିକ ତୀର୍ଥଯାତ୍ରା ହଜ୍ ନାଁରେ ସାଉଦି ଆରବ ଆସୁଥିବା ଅଧିକାଂଶ ପାକିସ୍ତାନୀ ଭିକ୍ଷାବୃତ୍ତି କିମ୍ବା ପକେଟମାରୁ କରୁଛନ୍ତି ବୋଲି ରିଆଦ ଅଭିଯୋଗ କରିଛି। ଓଭରସିଜ୍ ପାକିସ୍ତାନିଙ୍କ ପାଇଁ ସିନେଟ୍‌ର ସ୍ଥାୟୀ କମିଟି ବୈଠକରେ ‘ଓଭରସିଜ୍ ପାକିସ୍ତାନିଜ୍‌’ ସଚିବ ଜିସାନ ଖାଞ୍ଜାଡ଼ା ବୁଧବାର କହିଛନ୍ତି ଯେ, ତୀର୍ଥଯାତ୍ରା ନାଁରେ ଆସୁଥିବା ଅଧିକାଂଶ ପାକିସ୍ତାନୀ ସାଉଦି ଆରବରେ ଭିକ୍ଷାବୃତ୍ତି କିମ୍ବା ପକେଟମାରୁ କରୁଛନ୍ତି। ଏଣୁ ହଜ୍ ଯାତ୍ରା ନାଁରେ ସାଉଦି ଆରବକୁ ଭିକାରି ଓ ପକେଟମାରୁଙ୍କୁ ନ ପଠାଇବା ପାଇଁ ରିଆଦ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛି।

କମିଟିର ଅଧ୍ୟକ୍ଷ ରାଣା ମେହମୁଦୁଲ ହସନ କକର କହିଛନ୍ତି ଯେ, ତୀର୍ଥଯାତ୍ରା ବାହାନାରେ ପ୍ରାୟ ୯୦ ପ୍ରତିଶତ ପାକିସ୍ତାନୀ ମଧ୍ୟପ୍ରାଚ୍ୟ ଦେଶକୁ ଆସୁଛନ୍ତି। ସେ ପୁଣି କହିଛନ୍ତି ଯେ, ମକ୍କାର ବିଶାଳ ମସଜିଦ ପରିସରରେ ପକେଟମାର ଅଭିଯୋଗରେ ଗିରଫ ହୋଇଥିବା ଅଧିକାଂଶ ଅଭିଯୁକ୍ତ ହେଉଛନ୍ତି ପାକିସ୍ତାନୀ ନାଗରିକ। ଇରାକ ଓ ସାଉଦି ଆରବର ରାଷ୍ଟ୍ରଦୂତମାନେ ଅଭିଯୋଗ କରୁଛନ୍ତି ଯେ, ପାକିସ୍ତାନୀ ଭିକାରିଙ୍କ ପାଇଁ ତାଙ୍କ ଜେଲଗୁଡ଼ିକ ଭର୍ତ୍ତି ହୋଇଗଲାଣି। ବେଆଇନ ଭାବେ ବିନା ଭିସାରେ ତାଙ୍କ ଦେଶରେ ପ୍ରବେଶ କରିଥିବାରୁ ଏମାନଙ୍କୁ ଗିରଫ କରାଯାଇଛି। ଏହା ପଛରେ ଏକ ମାନବଚାଲାଣ ରାକେଟ କାମ କରୁଥିବା ଖାଞ୍ଜାଡ଼ା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।