ରାଜ୍ୟ

ପହିଲି ରଜ ପୂର୍ବରୁ ପୁଣି ଏକ ଦନ୍ତାହାତୀର ମୃତ୍ୟୁ

ଯୁଯୁମୁରା: ରାତି ପାହିଲେ ପହିଲି ରଜ। ବନରେ ଡାକୁନାହାନ୍ତି ଗଜରାଜ। ଦିନକୁ ଦିନ ହାତୀମାନେ ଅସୁରକ୍ଷିତ ହୋଇପଡୁଛନ୍ତି। ଘନଜଙ୍ଗଲରୁ ବାହାରି ଆସୁଛନ୍ତି। ପରିବେଶର ପ୍ରଭାବ ହେଉ ଅଥବା ମନୁଷ୍ୟକୃତ ହେଉ, ହାତୀମାନଙ୍କର ମୃତ୍ୟୁ ବଢ଼ିବାରେ ଲାଗିଛି। ସମ୍ବଲପୁର ଜିଲ୍ଲାରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟର କାରଣ ଜଣାପଡିବ ବୋଲି ବନ ବିଭାଗ ପକ୍ଷରୁ କହାଯାଇଛି।

ସୂଚନା ଅନୁସାରେ, ସମ୍ବଲପୁର ବନଖଣ୍ଡ ବସିଆପଡ଼ା ସେକ୍ସନ ବସିଆପଡ଼ା ବିଟ୍ ଅଧୀନ ରପ୍ଟା ନିକଟରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ମଙ୍ଗଳବାର ଅପରାହ୍ନରେ ବନ ବିଭାଗ ସୂଚନା ପାଇଥିଲା। ଘଟଣାସ୍ଥଳରେ ଏସିଏଫ୍ ତେଜରାଜ ନାୟକଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବଲପୁର ଜିଲ୍ଲାରେ ହାତୀ ମୃତ୍ୟୁ ଘଟଣା ନୂଆଁ ନୁହେଁ। ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଏକାଧିକ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ବାରମ୍ବାର ହାତୀ ମୃତ୍ୟୁ ନେଇ ପରିବେଶ ଏବଂ ବନ୍ୟଜନ୍ତୁ ପ୍ରେମୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।